30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଟ୍ରକକୁ ଧକ୍କା ଦେଲା କାର୍‌: ଜଣେ ମୃତ

ଟ୍ରକକୁ ଧକ୍କା ଦେଲା କାର୍‌: ଜଣେ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନଡା ବୋଝେଇ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କୁ ଉନ୍ନାଓ ଜିଲ୍ଲାର ସୋହରାମୌ ଥାନା ଅଞ୍ଚଳର ଦାରେହଟା ଗ୍ରାମର ବାସିନ୍ଦା ସୋନୁ ସିଂ (୪୦) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୋତୱାଲି ଅଞ୍ଚଳର ବର୍ଣ୍ଣପୁରରେ ଅବସ୍ଥିତ ଦେଶୀ ମଦ ଦୋକାନ ସମ୍ମୁଖରେ ଶିବରତନଗଞ୍ଜରୁ ହାଇଦରଗଡ଼ ଆସୁଥିବା ଏକ କାର ରାସ୍ତାକଡରେ ଠିଆ ହୋଇଥିବା ନଡ଼ା ବୋଝେଇ ପିକଅପ୍ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। କାରରେ ସୋନୁ ହାଇଦରଗଡ଼ରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ଏହି ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ପାଖରେ ବସିଥିବା ରାଜୁ ସିଂଙ୍କ ପୁଅ ସୋନୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସିଏଚସି ହାଇଦରଗଡ଼ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking