ପାରାଦୀପ: ବଚସାରୁ ଦୋକାନ ଉପରେ ଚଢ଼ାଇଦେଲା ଟ୍ରକ୍ । ଦୋକାନୀକୁ ମାରିବା ପାଇଁ ଦୋକାନ ଉପରେ ଚଢ଼ାଇଦେଲା ଟ୍ରକ୍ । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନୀ । ସ୍ପେୟାର ପାର୍ଟ ଦୋକାନ ଚୁରମାର ହୋଇଯାଇଛି । ଭୂତମୁଣ୍ଡାଇ ଜଗତିଗଡ଼ାରେ ବଚସା ପରେ ଟ୍ରକ୍ ଚଢ଼ାଇଦେଲା ଚାଳକ । ଦୁହିଁଙ୍କ ମଧ୍ୟରୁ ପୂର୍ବରୁ ବିବାଦ ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଜବତ କରିଛି ଲକ୍ ଥାନା ପୋଲିସ । ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










