20.1 C
Bhubaneswar
Sunday, February 8, 2026
Homeଓଡିଶାଶିମିଳିପାଳରେ ହାଡଭଙ୍ଗା ଶୀତ

ଶିମିଳିପାଳରେ ହାଡଭଙ୍ଗା ଶୀତ

ଶିମିଳିପାଳ: ଶିମିଳିପାଳରେ ଖସିଲା ପାରଦ। ଆଜି ସକାଳେ ଶିମିଳିପାଳରେ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ଗତକାଲି ୨ଡିଗ୍ରି ରହିଥିଲା ପାରଦ । ରାଜ୍ୟରେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି । ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ। ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ଟପିଥିଲା ୩୩ଡିଗ୍ରି। ଝାରସୁଗୁଡ଼ାରେ ତାପମାତ୍ରା ୩୩.୭ ଡିଗ୍ରି, ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ରେକର୍ଡ କରାଯାଇଥିଲା। ଭୁବନେଶ୍ବରରେ ୩୨.୩ ରହିଥିଲା ତାପମାତ୍ରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking