ଗଞ୍ଜାମ: ଗାଁରେ ବୁଲୁଛି ବାଘ। ଗଞ୍ଜାମ ଦିଗପହଣ୍ଡିର ବନାଞ୍ଚଳ ଜକର ଗାଁ ନିକଟରେ ବୁଲୁଛି ବାଘ। ବାଘର ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଲା ଆତଙ୍କ। ଶନିବାର ରାତି ପାଖାପାଖି ୧୦ଟାରେ ଜକର ପାହାଡ଼ ପାଦ ଦେଶରେ ଥିବା ଏକ ପଥର ଉପରେ ବାଘଟି ଶୋଇଥିବା ଦେଖିବାକୁ ମିଳିଥିଲା। ସେହି ରାସ୍ତାରେ କାର୍ ଓ ବାଇକରେ ଯାଉଥିବା ପଥଚାରୀ ବାଘକୁ ଦେଖିଥିଲେ। ଗାଡ଼ି ଲାଇଟ୍ ପଡ଼ିବା ପରେ ବାଘଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା ପତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟପଟେ ପାଖାପାଖି ମାସେ ହେଲା ଉକ୍ତ ଅଞ୍ଚଳରେ ଏହି ବାଘଟି ଘୁରି ବୁଲୁଥିବା ନେଇ ବନ ବିଭାଗକୁ ଜଣାଇଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ପଡ଼ୋଶୀ ପାତ୍ରପୁର ଅଞ୍ଚଳରେ ମଧ୍ୟ ବାଘ ଥିବା ଭିଡିଓ, ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ବାଘର ଗତିବିଧି ଯାଞ୍ଚ କରୁଛି। ଲୋକଙ୍କୁ ଭୟଭୀତ ନହୋଇ ଜଙ୍ଗଲକୁ ନଯିବାକୁ ବାରଣ କରିଛି।










