33.1 C
Bhubaneswar
Saturday, September 5, 2026
Homeଦେଶ ବିଦେଶସାମରିକ ଘାଟିରେ ବିସ୍ଫୋରଣ, ୧୦ ମୃତ

ସାମରିକ ଘାଟିରେ ବିସ୍ଫୋରଣ, ୧୦ ମୃତ

ନୂଆଦିଲ୍ଲୀ; କେହି କିଛି ବୁଝିପାରିଲେ ନାହିଁ । ଅଚାନକ ଭୟଙ୍କର ବିସ୍ଫୋରଣ । ସବୁକିଛି ଛାରଖାନ । ଚାଲିଗଲା ଅନେକ ଜୀବନ । ବଲିଭିଆର ପଶ୍ଚିମାଞ୍ଚଳ ସହର ଭିଆଚାରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ ଘଟିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ଅତି କମରେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଅଧିକାଂଶ ସାଧାରଣ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଜଣାପଡିନାହିଁ। ଲୋକଙ୍କ ଜୀବନ ଯିବା ସହିତ ଆଖପାଖ ଘର ବି କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀ ଲା ପାଜ୍ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଭିଆଚା ସହରର ଏହି ସାମରିକ କମ୍ପ୍ଲେକ୍ସରେ ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୨ଟା ୩୦ରେ ବିସ୍ଫୋରଣ ଘଟିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଜଡ଼ିତ ଆତସବାଜି ଓ ପାଇରୋଟେକ୍ନିକ୍ ସାମଗ୍ରୀ ରଖାଯାଇଥିବା ଏକ ସ୍ଥାନରୁ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ତଦନ୍ତ ଜାରି ରହିଛି । ବଲିଭିଆର ପ୍ରତିରକ୍ଷା ମନ୍ତ୍ରୀ ଏର୍ନେଷ୍ଟୋ ଜଷ୍ଟିନିଆନୋଙ୍କ ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ। ଅନେକ ଆହତଙ୍କୁ ଚିକିତ୍ସା ପାଇଁ ଲା ପାଜ୍ର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ନିକଟବର୍ତ୍ତୀ ଅନେକ ଘରର ଝରକା କାଚ ଭାଙ୍ଗିଯାଇଥିବା ସହ ଅନ୍ୟାନ୍ୟ କ୍ଷୟକ୍ଷତି ମଧ୍ୟ ଘଟିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ଚିକିତ୍ସା ଦଳ ଓ ପୋଲିସ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚଳାଇଛନ୍ତି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେଇ ରହିବାକୁ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରୀତା ନେବରାସ୍କା କହିଛନ୍ତି ଯେ, ଅଗ୍ନିଶମ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ଘଟଣାସ୍ଥଳରେ ଏକ ଉତ୍ତାପ ଅଛି, ଯାହା ଆଉ ଏକ ବିସ୍ଫୋରଣର କାରଣ ହୋଇପାରେ । ଅତିକମରେ ୧୫୦ ମିଟର ଦୂରତା ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । କହି ରଖୁଛି କି, ଗତକାଲି ଦକ୍ଷିଣ ନାଇଜେରିଆର ରିଭର୍ସ ରାଜ୍ୟରେ ପଇପ୍ ଲାଇନରୁ ଅଶୋଧିତ ତୈଳ ଚୋରି କରୁଥିବା ବେଳେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ଜଣ ପ୍ରାଣ ହରାଇଥିଲେ । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ରିଭର୍ସ ରାଜ୍ୟର ଓକ୍ରିକା ଅଞ୍ଚଳରେ ଥିବା ପାଇପ୍ ଲାଇନରୁ ବେଆଇନ ଭାବେ ୫୦ରୁ ଅଧିକ ଲୋକ ତେଲ ଚୋରି କରୁଥିଲେ । ଅଶୋଧିତ ତୈଳ ସଂଗ୍ରହ କରି ନିଜ ବୋଟରେ ରଖିଥିଲେ । ପ୍ରବଳ ଚାପ ଯୋଗୁଁ ପାଇପ୍ ଲାଇନରୁ ବିଷାକ୍ତ ଗ୍ୟାସ୍ ବାହାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩୭ ଜଣଙ୍କର ଜୀବନ ଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking