31.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶଇନ୍ଦୋରରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌: କେବଳ ଅନ୍‌ଲାଇନ୍‌ରେ ହେବ ଟିକେଟ୍‌ ବିକ୍ରି

ଇନ୍ଦୋରରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌: କେବଳ ଅନ୍‌ଲାଇନ୍‌ରେ ହେବ ଟିକେଟ୍‌ ବିକ୍ରି

ନୂଆଦିଲ୍ଲୀ: ଭାରତ ଓ ‌ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଇନ୍ଦୋର ହୋଲକାର ଷ୍ଟାଡିୟମ୍‌ରେ ଅକ୍ଟୋବର ୧୧ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ ଲାଗି ଟିକେଟ୍‌ ବିକ୍ରି କେବଳ ଅନ୍‌ଲାଇନ୍‌ରେ ହେବ । ଟିକେଟ୍‌ର ମୁଲ୍ୟ ୧୦୦୦ରୁ ୧୨,୫୦୦ ଟଙ୍କା ରହିଛି ବୋଲି ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘ (ଏମ୍‌ପିସିଏ) ଘୋଷଣା କରିଛି ।ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଦାୟିତ୍ବ ଜୋମାଟୋର ‘ଡିଷ୍ଟ୍ରିକ୍ଟ’କୁ ପ୍ରଦାନ କରାଯାଇଛି। ଜଣେ ଲୋକ ଅତି ବେଶୀରେ ୩ଟି ଟିକେଟ୍‌ କିଣି ପାରିବ । ଟିକେଟ୍‌ ବିକ୍ରି ତାରିଖ ଶୀଘ୍ର ଘୋଷଣା କରାଯିବ । ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଏଠାରେ ଖେଳାଯିବ । ଆୟୋଜନରେ ଏହା ଏହି ଷ୍ଟାଡିୟମ୍‌ର ପଞ୍ଚମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking