22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶନମାଜ ବେଳେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ, ୧୬୯ ଆହତ

ନମାଜ ବେଳେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ, ୧୬୯ ଆହତ

ଇସ୍‌ଲାମାବାଦ୍‌: ପାକିସ୍ତାନର ରାଜଧାନୀ ଇସଲାମାବାଦ୍‌ରେ ଶୁକ୍ରବାର ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୯ଜଣ ଆହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ସହର ଉପକଣ୍ଠରେ ଥିବା ଏକ ସିୟା ମସଜିଦ୍ (ଇମାମ୍ବାରା)ରେ ଜୁମା ନମାଜ ପ୍ରାର୍ଥନା ଚାଲିଥିବା ସମୟରେ ରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ମସଜିଦ୍ ଭିତରେ ଥିବା ଲୋକଙ୍କ ବ୍ୟତୀତ ବାହାରେ ଥିବା ଲୋକମାନେ ମଧ୍ୟ ରକ୍ତାକ୍ତ ହୋଇପଡିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମଘାତୀ ଆକ୍ରମଣ ବୋଲି ଯଦିଓ ସ୍ପଷ୍ଟ ହୋଇଛି ତେବେ ଏହି ଘଟଣା ପାଇଁ କୌଣସି ସଂଗଠନ ରିପୋର୍ଟ ଲେଖାହେବା ସୁଦ୍ଧା ନିଜକୁ ଦାୟୀ କରିନାହାନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ନମାଜ ପାଠ ସମୟରେ ସେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏକ ଶାଲ୍ ଘୋଡାଇ ହୋଇ ନମାଜ୍ ହଲ୍ ମଧ୍ୟରେ ଉପସ୍ଥିତ ଥିବାର ଦେଖିଥିଲେ। କିନ୍ତୁ ସେ ଅନ୍ୟମାନଙ୍କ ଭଳି ସ୍ୱାଭାବିକ ଆଚରଣ କରୁଥିବାରୁ ତାଙ୍କ ପ୍ରତି ସନ୍ଦେହ ହୋଇନଥିଲା। ଅନ୍ୟପକ୍ଷେ ବିସ୍ଫୋରଣ ପରେ ପୁଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ତଥା ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ହସ୍ପିଟାଲଗୁଡ଼ିକୁ ସତର୍କ ରଖାଯାଇଛି, ଏବଂ ଆହତମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଉଛି। ସ୍ଥିତିକୁ ଦେଖି ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (ପିଆଇଏମ୍‌ଏସ୍‌) ଇସଲାମାବାଦ୍‌ରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଅଧିକାରୀମାନେ ଭୟ କରୁଛନ୍ତି ଯେ ମୃତକଙ୍କ ସଂଖ୍ୟା ବଢ଼ିପାରେ।

ଏହି କାରଣରୁ ସହର ତଥା ସହର ବାହାରର ଅନେକ ହସ୍ପିଟାଲଗୁଡ଼ିକୁ ସଜାଗ ତଥା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅର୍ଥୋପେଡିକ, ବର୍ଣ୍ଣ ୟୁନିଟ୍ ଏବଂ ନ୍ୟୁରୋଲୋଜି ବିଭାଗଗୁଡ଼ିକୁ ସକ୍ରିୟ କରାଯାଇଛି।ଅନ୍ୟପକ୍ଷେ ପୁଲିସ୍ ଏବଂ ସୁରକ୍ଷା ବାହିନୀ ମସଜିଦ୍ ଚାରିପାଖରେ ଥିବା ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ଏସବୁ ମଧ୍ୟରେ ପାକିସ୍ତାନ ସରକାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନର ଶେହବାଜ ଶରିଫ୍‌ଙ୍କ ସମେତ ଅନେକ ନେତା, ମନ୍ତ୍ରୀ ଏପ୍ରକାର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଶେହବାଜ୍ ଶରିଫ୍ କହିଛନ୍ତି, ଏପରି ଆତଙ୍କବାଦୀ ଘଟଣା ଦେଶ ଏବଂ ଏହାର ଲୋକଙ୍କ ମନୋବଳକୁ ଦୁର୍ବଳ କରିପାରିବ ନାହିଁ। ଆମ ସମସ୍ତଙ୍କୁ ଶାନ୍ତି, ସହିଷ୍ଣୁତା ଏବଂ ସ୍ଥିରତା ପାଇଁ ଏକତ୍ରିତ ହେବାକୁ ପଡିବ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ଦୃଢ଼ ଭାବରେ ଛିଡା ହେବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking