21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଖାଲରେ ପଡି ଯୁବକ ମୃତ

ଖାଲରେ ପଡି ଯୁବକ ମୃତ

ନୂଆଦିଲ୍ଲୀ: ଖାଲରେ ପଡି ଯୁବକ ମୃତ । ମୃତକ ହେଉଛନ୍ତି କମଲ । ଦିଲ୍ଲୀର ଜନକୀପୁର ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, କମଲ ବିଳମ୍ବିତ ରାତିରେ ଅଫିସରୁ ଘରକୁ ଫେରିନଥିଲେ । ନଫେରିବାରୁ ପରିବାର ଲୋକେ ଚିନ୍ତାରେ କମଲକୁ ଖୋଜିବାରେ ଲାଗିଲେ । ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ନିଳିନଥିଲା । ପରେ ପରିବାର ଲୋକେ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । କିଛି ସମୟ ପରେ ପୋଲିସ ପରିବାର ଲୋକଙ୍କୁ କମଲଙ୍କ ମୃତ୍ୟୁ ହୋଇଥିବା ଖବର ଜଣାଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବାଇକ ଖାଲରେ ପଡିଥିବା ଦେଖିଲେ । ପୋଲିସ ଅନୁମାନ କରି କହିଛି ଯେ, ଉକ୍ତ ଜାଗାରେ ଦିଲ୍ଲୀ ଜଳ ବୋର୍ଡ କାମ ଚାଲୁଥିଲା ଏବଂ ରାସ୍ତାରେ ଗାତ ଖୋଳା ଯାଇଥିଲା । ଅନ୍ଧାରରେ ଗାତରେ ପଡିଯାଇଥିବା ନେଇ ସନ୍ଦେହ କରାଯାଉଛି । ସେ ଆଫ ବାହାରି ନପାରି ନଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking