31 C
Bhubaneswar
Saturday, June 6, 2026
Homeଓଡିଶାକାନ୍ଥ ପଡି ଚାଲିଗଲା ନାବାଳିକାର ଜୀବନ

କାନ୍ଥ ପଡି ଚାଲିଗଲା ନାବାଳିକାର ଜୀବନ

ସମ୍ବଲପୁର: ଦୁଇ ଶିଶୁ ଖେଳିବାବେଳେ ପଡ଼ିଗଲା କାନ୍ଥ , ଚାଲିଗଲା ଗୋଟିଏ ନିରୀହ ଜୀବନ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଜରବଗା ଗାଁରେ । ଆଜି ସକାଳୁ ଦୁଇଜଣ ଶିଶୁ ଗାଁର ମଞ୍ଜିଲ ପଟେଲଙ୍କ ଘର ପାଖରେ ଖେଳୁଥିଲେ । ସେହି ସମୟରେ ତାଙ୍କ ଘରର ମାଟି କାନ୍ଥଟି ହଠାତ୍‌ ଭାଙ୍ଗି ଯାଇ ଖେଳୁଥିବା ଦୁଇ ଶିଶୁଙ୍କ ଉପରେ ପଡିଯାଇଥିଲା ।ଘରର ମାଲିକ ମଞ୍ଜିଲଙ୍କ ପୁଅ ୫ ବର୍ଷୀୟ ମୟଙ୍କ ପଟେଲ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ  ପଡୋଶୀ ଘରର ପ୍ରଭାକର ବାଗଙ୍କ ୬ ବର୍ଷର ଝିଅ ରୋଲି ବାଗ ଉପରେ ସମ୍ପୂର୍ଣ ମାଟି କାନ୍ଥଟି ଭୁଷୁଡ଼ି ପଡ଼ୁଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତର ଖାନରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମହୁଲପାଲି ପୁଲିସ ଖବର ପାଇ ଘଟଣାର ଅଧିକ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking