22.1 C
Bhubaneswar
Friday, February 6, 2026
Homeଓଡିଶାଫୁଲବାଣୀ ଏବଂ ପୁରୀ କୋର୍ଟକୁ ବୋମା ଧମକ

ଫୁଲବାଣୀ ଏବଂ ପୁରୀ କୋର୍ଟକୁ ବୋମା ଧମକ

ଫୁଲବାଣୀ: ଫୁଲବାଣୀ କୋର୍ଟକୁ ମଧ୍ୟ ମିଳିଛି ବୋମା ଧମକ । ବୋମା ଧମକ ପରେ ପରିସରରେ ସୁରକ୍ଷା ଯାଞ୍ଚା କୋର୍ଟ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା । କୋର୍ଟ ଭିତରକୁ ବାହାର କୌଣସି ବ୍ୟକ୍ତିଙ୍କୁ ଛଡାଯାଉନାହିଁ । କୋର୍ଟ ପରିସର ଖାଲି କରାଯିବା ସହ ଚେକିଂ ଜାରି ରହିଛି । ଏହା ସହ ପୁରୀ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ଉଡାଇ ଦେବାକୁ ଆସିଛି ବୋମା ଧମକ । ଇମେଲ୍‌ରେ ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । କୋର୍ଟ ପରିସରରେ କୁକୁର ଓ ବୋମା ନିଷ୍କ୍ରିୟ ଟିମ୍ ଦ୍ୱାରା ଚାଲିଛି ତଲାସୀ । ଏହା ପୂର୍ବରୁ ଆଜି କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ମିଳିଛି ବୋମା ଧମକ । ସମସ୍ତ କୋର୍ଟ ପରିସରରେ ତଦନ୍ତ ଜାରି ରହିଛି । କିଏ ଏବଂ କେଉଁଠାରୁ ଆସିଛି ବୋମା ଧମକ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୁଣି କୋର୍ଟକୁ ବୋମା ଧମକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking