30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ରମ୍ପ କଥାବାର୍ତ୍ତା ହେବା ପରେ ଏନେଇ ଏକ୍ସର ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ଟାରିଫ୍ ହ୍ରାସ୍ କରିବା ପାଇଁ ଟ୍ରମ୍ପକୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ।  ଏନେଇ ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡିକରେ ଏବେ ୧୮% ହ୍ରାସ ପାଇଥିବା ଶୁଳ୍କ ପାଇଁ ମୁଁ ଅତ୍ୟନ୍ତ ଖୁସି । ଏହି ଘୋଷଣା ପାଇଁ ଭାରତର ୧.୪ ବିଲିୟନ ଲୋକଙ୍କ ତରଫରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବହୁତ ଧନ୍ୟବାଦ ଜଣାଉଛି।

ସେ ଆହୁରି ଲେଖିଛନ୍ତି ଯେ “ଯେତେବେଳେ ଦୁଇଟି ବୃହତ ଅର୍ଥନୀତି ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏକାଠି କାମ କରନ୍ତି, ଏହା ଆମ ଲୋକଙ୍କ ଲାଭ ପାଇଁ ଏବଂ ପାରସ୍ପରିକ ଲାଭଦାୟକ ସହଯୋଗ ପାଇଁ ଅପାର ସୁଯୋଗ ସୃଷ୍ଟି କରେ। ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଭାରତ ଶାନ୍ତି ପାଇଁ ତାଙ୍କ ପ୍ରୟାସକୁ ପୂର୍ଣ୍ଣ ସମର୍ଥନ କରେ।

ତାଙ୍କ ପୋଷ୍ଟ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଆମର ସହଭାଗୀତାକୁ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚାଇବା ପାଇଁ ତାଙ୍କ ସହ ନିବିଡ଼ ଭାବରେ କାମ କରିବାକୁ ଅପେକ୍ଷା କରିଛି। ଭାରତ ଏବଂ ଆମେରିକା ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ବିସ୍ତାର କରିଚାଲିଛନ୍ତି। ଉଭୟ ଦେଶ ଏକ ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି।

ଭାରତ ଉପରେ ଟାରିଫ୍‌ କମାଇଲେ ଟ୍ରମ୍ପ: ୨୫% ରୁ ୧୮% ହ୍ରାସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking