ପୁରୀ: ପୁରୀଜିଲା ଚେସ ସଂଘ ଆନୁକୂଲ୍ୟରେ ପୁରୀ ସେବା ସମିତି ପରିସରରେ ତା ୨୫/୦୧/୨୦୨୬ ରିଖ ଦିନ ଅନୁଷ୍ଠିତ ହୋଇ ଥିଲା। ପୁରୀ ସହରର ବିଭିନ୍ନ ବିଦ୍ୟାଳୟରୁ ମୋଟ ୬୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ନିମ୍ନଲିଖିତ ଖେଳାଳିମାନେ କୃତିତ୍ବ ଅର୍ଜନ କରିଛନ୍ତି।
ମିନି ଗୃପ (ପ୍ରଥମଥ ରୁ ଚତୁର୍ଥ)-
ପ୍ରଥମ: ପ୍ରତ୍ୟୁଷ ଶୁଭମ ମିଶ୍ର, କେନ୍ଦ୍ରିୟ ବିଦ୍ୟାଳୟ,
ଦ୍ବିତୀୟ: ଦେବାଶୁଂ ଦେବନାଥ, ଡି ଏ ଭି ପବ୍ଲିକ ସ୍କୁଲ,
ତୃତୀୟ: ମନିତରାଜ ସାହୁ: ଡି ଏ ଭି,
ସବ୍ ଜୁନିଅର (ପଞ୍ଚମ ରୁ ଷଷ୍ଠ)-
ପ୍ରଥମ: ସାଇ ଅମ୍ରିତ ପଟ୍ଟୁଆରି, କେନ୍ଦ୍ରିୟ ବିଦ୍ୟାଳୟ, ଦ୍ବିତୀୟ: ତତ୍ବତରୁଣ ମହାପାତ୍ର, ଡିଏଭି,
ତୃତୀୟ: ରାଜବିର୍ ଦିକ୍ଷିତ, ଡିଏଭି।
ଜୁନିଅର: (ସପ୍ତମ ରୁ ଦଶମ) –
ପ୍ରଥମ: ସାଶ୍ୱତ ପାଣିଗ୍ରାହୀ, ସେଣ୍ଟ ଜାଭିଅର ହାଇସ୍କୁଲ,
ଦ୍ବିତୀୟ: ରୁଦ୍ରାଂଶୁ ଦାଶ, ବ୍ଲେସ୍ଡ ସାକ୍ରାମେଣ୍ଟ ହାଇସ୍କୁଲ,
ତୃତୀୟ: ପ୍ରିତିଶା ମିତ୍ର, ମଦର୍ସ ପବ୍ଲିକ ସ୍କୁଲ, ପୁରୀ।
ଜାତୀୟସ୍ତରର ଚେସ ଖେଳାଳି, ଗୁରୁ ଶୁଭାଷ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ରୁପେ ଯୋଗଦାନ କରିଥିଲେ। ପ୍ରାକ୍ତନ ଜିଲା କ୍ରିଡା ଅଧିକାରୀ ଓ ପୁରୀ ସେବା ସମିତିର ସଂପାଦକ, ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସେନାପତି ଓ ଜିଲା ଚେସ ସଂଘର ସଂପାଦକ ପ୍ରଫେସର ବିମଳ ପ୍ରସାଦ ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତାକୁ ବିଚାରକ ଭାବେ ଶ୍ରୀଯୁକ୍ତ ଶ୍ୟାମଲ କୁଣ୍ଡୁ ପରିଚାଳନା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ପଙ୍କଜ ପୂଜାପଣ୍ଡା। ପ୍ରତ୍ୟେକ ଗୃପର ଶ୍ରେଷ୍ଠ ଦଶ ଜଣଙ୍କୁ ପରେ ପୁରସ୍କୃତ କରାଯିବାର ସ୍ଥିର କରାଯାଇଅଛି।୦୧/୦୨/୨୦୨୬ ରିଖ ଦିନ ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ ଗୃହରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ରୁପେ ପୁରୀ ଜିଲା ଚେସ ଆସୋସିଏଶନର ପ୍ରତିଷ୍ଠାତା ସଦସ୍ଯ, ପୁରୀ ସେବା ସମିତିର ପ୍ରାକ୍ତନ ସଂପାଦକ ଓ ସାମ୍ବାଦିକ ଇପ୍ସିତ ପ୍ରତିହାରୀଙ୍କ ସହିତ ଡାକ୍ତର ଦେବଦତ୍ତ ଦାଶ, ଅଧ୍ୟାପିକା ରଞୁଲତା ରାଉଳ, ବରିଷ୍ଠ ଚେସ ଖେଳାଳି ସତ୍ଯ ନାରାୟଣ ଗୋଛିକାର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ତିନୋଟି ବିଭାଗରେ ମୋଟ୍ ୩୦ଟି ଟ୍ରଫି ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା l










