ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ। ବଜେଟ ଫାଇଲ ସହ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତିଙ୍କୁ ୨୦୨୬- ୨୭ ଆର୍ଥିକ ବର୍ଷର ବଜେଟ କପି ପ୍ରଦାନ କରାଯାଇଛି । ବଜେଟକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହିତ ରାଷ୍ଟ୍ରପତି ମୁର୍ମୁ ବଜେଟ୍ 2026 ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘ ଦହି ‘ ଖୁଆଇଛନ୍ତି | ଅର୍ଥମନ୍ତ୍ରୀଙ୍କ ଏହା ଲଗାତାର ନବମ ବଜେଟ ।ଏହା ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସ୍ଥାପନ କରିଛି । ଆଜି ଦିନ ୧୧ଟାରେ ଆଗତ ହେବ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ। ଏନେଇ ଲୋକଙ୍କ ମନରେ ଆଶା, ଖୁସି ଦେଖାଦେଇଛି । ମଧ୍ୟବିତ୍ତ ବର୍ଗଠୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି । ଏହା ଘରୋଇ ଖର୍ଚ୍ଚକୁ ସାମାନ୍ୟ ହ୍ରାସ କରିବ ଏବଂ ସାଧାରଣ ଲୋକଙ୍କ ପକେଟରେ କିଛି ଟଙ୍କା ସଞ୍ଚୟ କରିବ। ସରକାର ପୂର୍ବ ବଜେଟ୍ରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି, ଏବଂ ଏଥର ମଧ୍ୟ ସେହିପରି ଆଶା କରାଯାଉଛି। ଏହା ସହିତ, ଟିକସ ବ୍ୟବସ୍ଥାକୁ ସରଳ କରିବା, ଟିକସ ଦାଖଲକୁ ସହଜ ଏବଂ କମ୍ ଅସୁବିଧାମୁକ୍ତ କରିବା ଉପରେ ଧ୍ୟାନ ଦିଆଯାଇପାରେ ।










