ଦେଓଗାଁ: ଦେଓଗାଁରେ ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନାଞ୍ଚଳ ଅଧୀନରେ ଥିବା ଦେଓଗାଁ ଫରେଷ୍ଟ ସେକ୍ସନର ଚିଚେଡ ଗାଁରେ ଆଜି ବନ ବିଭାଗ ଚଢ଼ଉ କରିଛି। ବଲାଙ୍ଗୀର ମୋବାଇଲ ଟିମ୍ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପଟା ଜବତ କରିଛି। ନିର୍ମାଣାଧୀନ ଘର କବାଟ ସହ ଶାଗୁଆନ ପଟା, ଚୌକାଠ ସହ ଗଛ କଟା ପାଇଁ ବ୍ୟବହୃତ କରତ ଓ ବିଦ୍ୟୁତ୍ ଚାଳିତ ଯନ୍ତ୍ରାଂଶକୁ ଜବତ କରି ବନ ବିଭାଗର କାର୍ଯ୍ୟଳୟକୁ ଅଣାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ।










