21.1 C
Bhubaneswar
Monday, February 2, 2026
Homeଓଡିଶାଛାତରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଛାତରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ରସୁଲପୁର: ଛାତରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ। କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ଅଧିନ ବରାଂଶ ଗ୍ରାମରେ ଥିବା ପ୍ରମୋଦ ଗୋଲ୍ କୋଇଲା ଫ୍ୟାକ୍ଟ୍ରୀରେ କାର୍ଯ୍ୟ କରୁଥିଲେ। ସେଠାରେ ଥିବା ଲେବର କଲୋନିରେ ରହୁଥିବା ଜୈନିକ ଶ୍ରମିକ ଗତକାଲି ରାତ୍ରୀରେ ଛାତ ଉପରେ ଶୋଇଥିବା ସମୟରେ ତଳକୁ ଖସିପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରକାଶ, ଉକ୍ତ ଫ୍ୟାକ୍ଟ୍ରୀରେ କାର୍ଯ୍ୟ କରୁଥିବା କରଞିଆ ଥାନା ଅନ୍ଧାରିପୁର ଗ୍ରାମର ଟିପୁ ଚାତ୍ରା(୨୪) ଗତକାଲି ରାତ୍ରୀରେ ନିଜର ସାଙ୍ଗମାନଙ୍କ ସହିତ ନିଶାସକ୍ତ ଅବସ୍ଥାରେ କଲୋନି ଛାତ ଉପରେ ଶୋଇଥିବା ସମୟରେ ତଳକୁ ଗଳି ପଡିଥିଲା। ଘଟଣାସ୍ଥଳରେ ଗୁରୁତର ଆହାତ ହେବା ସହ ମୃତ୍ୟୁବରଣ କରିଥିଲା। ଆଜି ସକାଳେ ମାଲିକ ଖବରପାଇ ମୃତ ଶ୍ରମିକର ପରିବାର ଲୋକ ଓ କୁଆଖିଆ ଥାନାକୁ ଖବର ଦେଇଥିଲେ। କୁଆଖିଆ ଥାନା ପୁଲିସ ଘଟଣାସ୍ଥଳକରେ ପହଞ୍ôଚ ମୃତକଙ୍କ ଶବକୁ ଜବତ କରିଛି। ପରିବାର ଲୋକମାନେ ଆସି ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ôଚଛନ୍ତି। ଆସନ୍ତାକାଲି ସକାଳେ ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମେଡିକାଲକୁ ପଠାଯିବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking