19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଅଜିତଙ୍କ ଦେହାନ୍ତରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

ଅଜିତଙ୍କ ଦେହାନ୍ତରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

ନୂଆଦିଲ୍ଲୀ : ଅଜିତ ପାୱାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଚକିତ ଓ ମର୍ମାହତ ବୋଲି ଶୋକବାର୍ତ୍ତାରେ ଲେଖିଛନ୍ତି ବୈଜୟନ୍ତ । ଅସମୟରେ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ମହାରାଷ୍ଟ୍ରର ବିକାଶ ପାଇଁ ଅଜିତ ପ୍ରତିବଦ୍ଧ ଥିଲେ । ଅଜିତଙ୍କ ପରଲୋକ ଦୁର୍ଭାଗ୍ୟଜନକ ଓ ଅପୂରଣୀୟ କ୍ଷତି କହିଛନ୍ତି କେନ୍ଧ ମନ୍ତ୍ରୀ ନୀତିନ ଗଡକରି । ସୂଚନାଯୋଗ୍ୟ, ଆଜି ସକାଳ ୮ଟା ସମୟରେ ପାୱାରଙ୍କ ବିମାନ ସକାଳ ୮ଟା ସମୟରେ ମୁମ୍ବାଇରୁ ଉଡାଣ ଆରମ୍ଭ କରିଥିଲା । ୮ଟା ୪୫ ମିନିଟ୍‌ରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ । ଏହି ଗୁରୁତର ଦୁର୍ଘଟଣାରେ ପାୱାର ଏବଂ ବିମାନର ପାଇଲଟ ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ସମେତ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking