27.8 C
Bhubaneswar
Sunday, June 21, 2026
Homeଓଡିଶାରନୱେରେ ଖସିଲା ନାସାର ଗବେଷଣା ବିମାନ

ରନୱେରେ ଖସିଲା ନାସାର ଗବେଷଣା ବିମାନ

ନୂଆଦିଲ୍ଲୀ: ଆମେରିକାର ହ୍ୟୁଷ୍ଟନର ଏଲିଂଟନ ବିମାନବନ୍ଦରରେ ନାସାର ଏକ ଗବେଷଣା ବିମାନର ଲ୍ୟାଣ୍ଡିଂ ଗିଅର ବିନା ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା । ଅବତରଣ ସମୟରେ, ବିମାନଟି ରନୱେ ଉପରେ ଖସିପଡିଥିଲା । ରନୱେରେ ଘର୍ଷଣ ଯୋଗୁଁ ବିମାନର ପଛ ପାଶ୍ୱର୍ରେ ନିଆଁ ଲାଗିଯାଇଥିଲା । ତେତେବେ ଏହି ଘଟଣାରେ କାହାରି ମଧ୍ୟ କ୍ଷତି ହୋଇନାହିଁ । ସୂଚନା ଅନୁଯାୟୀ, ବିମାନଟି ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହେବା ପରେ ପାଇଲଟଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଭିଡିଓରେ ଜଣାପଡୁଛି ଯେ, ବିମାନର ଚକ ବାହାରି ନଥିଲା । ବିମାନଟି ସିଧାସଳଖ ରନୱେରେ ବେଲିରେ ଅବତରଣ କରିଥିଲା । ଅବତରଣ କରିବା ପରେ ବିମାନଟି ବହୃତ ଦୂର ଯାଏଁ ଘୋଷାଡି ହୋଇଯିବା ପରେ ଶେଷରେ ଅଟକି ଯାଇଥିଲା । ବିମାନବନ୍ଦରରେ ଥିବା ଜରୁରୀକାଳୀନ ଦଳ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ । ହ୍ୟୁଷ୍ଟନ ବିମାନବନ୍ଦର ପ୍ରଶାସନ ଅନୁଯାୟୀ, ଘଟଣାଟି ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଘଟିଥିଲା । ବିମାନଟି ରନୱେରେ ୧୭ ଆର- ୩୫ଏଲରେ ଅବତରଣ କରୁଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking