25.1 C
Bhubaneswar
Saturday, March 7, 2026
Homeଓଡିଶାଜାଗେଶ୍ୱରପୁରରେ ଖୋଲିଲା ୟୁନିସେକ୍ସ ଫିଟନେସ ଜୋନ

ଜାଗେଶ୍ୱରପୁରରେ ଖୋଲିଲା ୟୁନିସେକ୍ସ ଫିଟନେସ ଜୋନ

ଯାଜପୁର: ଯାଜପୁର ବସଷ୍ଟାଣ୍ଡ ନିକଟସ୍ଥ ଜାଗେଶ୍ୱରପୁରରେ ଖୋଲିଲା ୟୁନିସେକ୍ସ ଫିଟନେସ ଜୋନ ବ୍ୟାୟାମଶାଳା। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ବ୍ୟାୟାମଶାଳାକୁ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ଉଦଘାଟନୀ ଅବସରରେ ପ୍ରଣବ ନିଜେ ବ୍ୟାୟାମ କରିବା ସହ ଯୁବକ ମାନେ ଏହି ବ୍ୟାୟାମଶାଳା ମାଧ୍ୟମରେ ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିପାରିବେ ବୋଲି କହିଥିଲେ। ଏହି ଉଦଘାଟନୀ ଉତ୍ସବ ଅବସରରେ ଦିଲ୍ଲୀ , ବାଙ୍ଗାଲୋର, ଭୁବନେଶ୍ୱର ସମେତ ବିଭିନ୍ନ ସହରରୁ ବଡି ଵିଲଡ଼ର ମାନେ ଆସି ଏହି ଜିମ ପରିଦର୍ଶନ କରିବା ସହ ଉପସ୍ଥିତ ଯୁବକ ମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବଡିବିଲଡ଼ର ମାନଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ବ୍ୟାୟାମଶାଳା ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ପାଇଁ ଯୋଗ ପ୍ରଶିକ୍ଷଣ ଏବଂ ଜୁମ୍ବା, ସାଲସା ଓ ମର୍ଡନ ଡ୍ୟାନ୍ସ ଶିକ୍ଷା ଦିଆଯାଉଥିବା ବୋଲି ଫିଟନେସ ଜୋନ ର ଉଦ୍ୟକ୍ତା ଜୀବନ କୁମାର ସାହୁ ଓ ସୁନୀଲ କୁମାର ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking