ତେଲେଙ୍ଗାନା: ତେଲେଙ୍ଗାନାରେ ବାଳିକା ହଷ୍ଟେଲରେ ଅଗ୍ନିକାଣ୍ଡ। ତେଲେଙ୍ଗାନାର ମେଡଚଲ-ମାଲକାଜଗିରି ଜିଲ୍ଲାରେ ଏକ ବାଳିକା ହଷ୍ଟେଲର ଏସିରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ୬ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪:୪୦ ସମୟରେ ନାଇନ୍ ଏଜୁକେସନ୍ ଗାର୍ଲ୍ସ ହଷ୍ଟେଲରେ ସର୍ଟ ସର୍କିଟ୍ ଯୋଗୁଁ ଏସି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଏକ କୋଠରୀରେ ଛଅ ଜଣ ଝିଅ ଅଚେତ ଅବସ୍ଥାରେ ପଡ଼ିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରି ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










