17.1 C
Bhubaneswar
Tuesday, February 3, 2026
Homeଓଡିଶାରାଜ୍ୟରେ ବଢୁଛି ତାପମାତ୍ରା: କମୁଛି ଶୀତ

ରାଜ୍ୟରେ ବଢୁଛି ତାପମାତ୍ରା: କମୁଛି ଶୀତ

ଭୁବନେଶ୍ବର: ବଢୁଛି ତାପମାତ୍ରା, କମୁଛି ଶୀତ । ମକର ସଂକ୍ରାନ୍ତି ପରଠାରୁ ଶୀତର ପ୍ରଭାବ କମ ରହିଛି । ଆଗାମୀ ୩ ଦିନ ମଧ୍ୟରେ ପୁଣି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବିଗତ ୫ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏହାସହ ୨ ଦିନ ମଧ୍ୟରେ ତାପମାତ୍ରାରେ ମଧ୍ୟ କୌଣସି ପରିବର୍ତନ ହେବ ନାହିଁ ବୋଲି ଆକଳନ କରାଯାଇଛି । ଚେବେ ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ବିଶେଷ କରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ସୁନ୍ଦରଗଡ, କଳାହାଣ୍ଡି, ବାଲେଶ୍ବର, ଜଗତସିଂହପୁର ଓ ରାୟଗଡା ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking