ନୂଆଦିଲ୍ଲୀ: ଭାରତ ମହିଳା କ୍ରିକେଟ୍ ଦଳ ଆସନ୍ତା ମାର୍ଚ୍ଚ ୬ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରି ପର୍ଥଠାରେ ଗୋଟିଏ ଟେଷ୍ଟ ଖେଳିବ । ଏଥିପାଇଁ ଶନିବାର ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ପାଞ୍ଚ ଜଣ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ୍ କରାଯାଇଛି । ସେମାନେ ହେଲେ ପ୍ରତିକା ରାଓ୍ବଲ, ଅମନଜୋତ୍ କୌର, କ୍ରାନ୍ତି ଗୌଡ, ବୈଷ୍ଣବୀ ଶର୍ମା, ସୟାଲି ସାତଘରେ । ସେମାନେ ପର୍ଥରେ ନିଜର ଟେଷ୍ଟ୍ କ୍ୟାରିୟର ଆରମ୍ଭ କରିବେ ।ପ୍ରତିକା ୨୦୨୫ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ବି ଗୋଇଠିରେ ଆଘାତପ୍ରାପ୍ତ ହେବା ପରେ ସେ ଖେଳିପାରିନଥିଲେ । ଚଳିତ ମହିଳା ପ୍ରିମିୟର ଲିଗରେ ସେ ୟୁପି ୱାରିୟର୍ଜର ସଦସ୍ୟା ଥିଲେ ବି ଏବେ ବେ ଖେଳିନାହାନ୍ତି, କାରଣ ସେ ଏବେ ବି ବେଙ୍ଗାଲୁରୁସ୍ଥିତ ବିସିସିଆଇ ଉତ୍କର୍ଷ କେନ୍ଦ୍ରରୁ ଫିଟନେସ୍ ପ୍ରମାଣପତ୍ର ପାଇନାହାନ୍ତି । ସେଫାଳି ବର୍ମା ଟେଷ୍ଟ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି ଓ ସେ ସ୍ମୃତି ମାନ୍ଧାନାଙ୍କ ମିଶି ଇନିଂସ ଓପନ କରିବେ ।ଭାରତୀୟ ଦଳ: ହରମନପ୍ରିତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଜେମିମା ରଡରିଗ୍ସ, ଅମନଜୋତ୍ କୌର, ରିଚା ଘୋଷ (ୱିକେଟ ରକ୍ଷକ), ଉମା ଛେତ୍ରୀ (ୱିକେଟ ରକ୍ଷକ) ପ୍ରତିକା ରାଓ୍ବଲ, ହରଲିନ ଦେଓଲ, ଦିପ୍ତି ଶର୍ମା, ରେଣୁକା ଠାକୁର, ସ୍ନେହ ରାଣା, କ୍ରାନ୍ତି ଗୌଡ, ବୈଷ୍ଣବୀ ଶର୍ମା, ସୟାଲି ସାତଘରେ ।










