21.1 C
Bhubaneswar
Tuesday, February 3, 2026
Homeଓଡିଶାପିଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭ ରାଜ୍ୟର ପ୍ରାୟ 60000 ରୁ ଉର୍ଦ୍ଧ ଉଠାଦୋକନୀ ଉପକୃତ ହେବେ

ପିଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭ ରାଜ୍ୟର ପ୍ରାୟ 60000 ରୁ ଉର୍ଦ୍ଧ ଉଠାଦୋକନୀ ଉପକୃତ ହେବେ

ଭୁବନେଶ୍ବର: ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଏକ ଲକ୍ଷ ହିତାଧିକରୀଙ୍କ ପାଇଁ ‘ପିଏମ୍-ସ୍ୱନିଧି’ ଋଣ ପ୍ରଦାନ ଏବଂ ପିଏମ୍-ସ୍ୱନିଧି ହିତାଧିକାରୀଙ୍କ ପାଇଁ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିଛନ୍ତି । କେରଳର ତିରୁବନନ୍ତପୁରମଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ବରସ୍ଥିତ କୃଷି ଭବନରେ ଏହାର ଆୟୋଜନ କରାଯାଇଥିଲା । ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର 10ଜଣ ଙ୍କୁ ଲୋନ, 4ଜଣଙ୍କୁ କ୍ରେଡିଟ କାର୍ଡ ଓ 3 ଜଣଙ୍କୁ ପି ଏମ ସ୍ଵନିଧୀ ଲୋନ ପ୍ରଦାନ କରିଛନ୍ତି । ମନ୍ତ୍ରୀ ଡା ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ପ୍ରାୟ 60000 ରୁ ଉର୍ଦ୍ଧ ଉଠାଦୋକନ ଏହା ଦ୍ବାରା ଉପକୃତ ହୋଇଛନ୍ତି । ସହରୀ ବିକାଶ ଏବଂ ଉଠାଦୋକାନୀଙ୍କ ଅର୍ଥନୈତିକ ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ପ୍ରତିବଦ୍ଧତ । ଉଠାଦୋକାନୀମାନେ ଆମ ସହରୀ ଅର୍ଥନୀତିର ମେରୁଦଣ୍ଡ। ସେମାନେ ଶସ୍ତାରେ ସାମଗ୍ରୀ ଓ ସେବା ଯୋଗାଇବା ସହ ବହୁ ସଂଖ୍ୟାରେ ସ୍ୱ-ନିୟୋଜନ ସୃଷ୍ଟି କରନ୍ତି ଏବଂ ଆମ ସହର ଓ ସହରାଞ୍ଚଳରେ ଜୀବନଯାପନର ମୂଳଭିତ୍ତି । ‘ପିଏମ୍-ସ୍ୱନିଧି’ ମାଧ୍ୟମରେ ଭାରତ ସରକାର ସେମାନଙ୍କ ଅବଦାନକୁ ଆନୁଷ୍ଠାନିକ ସ୍ୱୀକୃତି ଦେବା ସହ ଏକ ବ୍ୟବସ୍ଥିତ, ମର୍ଯ୍ୟାଦାଜନକ ଏବଂ ସଶକ୍ତିକରଣ ଅଭିଯାନ ଆରମ୍ଭ କରିଛନ୍ତି।ଏହି ଅବସରରେ ଏକାମ୍ର-ଭୁବନେଶ୍ବର ବିଧାୟକ ଶ୍ରୀ ବାବୁ ସିଂ, ପୌର ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ରବୀନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ଷ୍ଟ୍ରିଟ୍ ଭେଣ୍ଡର୍ସଙ୍କୁ ଆତ୍ମନିର୍ଭର କରିବା ପାଇଁ ପିଏମ୍ ସ୍ୱନିଧି ଯୋଜନା ବିନା ବନ୍ଧକରେ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରିଥାଏ, ଯାହା ୧୫,୦୦୦ ଟଙ୍କାରୁ ଆରମ୍ଭ ହୋଇ ସମୟାନୁବର୍ତ୍ତୀ ପରିଶୋଧ ଏବଂ ଉତ୍ତମ କ୍ରେଡିଟ୍ ବ୍ୟବହାର ଆଧାରରେ ୨୫,୦୦୦ ଏବଂ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ପିଏମ୍-ସ୍ୱନିଧି କ୍ରେଡିଟ୍ କାର୍ଡର ପ୍ରଚଳନ ଦ୍ୱାରା ଉଠାଦୋକାନୀମାନେ ଏବେ ସୁବିଧାଜନକ ଋଣ ପାଇପାରିବେ, ଯାହା ସେମାନଙ୍କ ବ୍ୟବସାୟର ନିରନ୍ତରତା ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ସାରା ରାଜ୍ୟରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନ ମାଧ୍ୟମରେ ୧,୧୦,୧୨୮ଟି ଋଣ ପ୍ରଦାନ କରାଯାଇ ସାରିଛି। ଏହା ୧.୧୦ ଲକ୍ଷରୁ ଅଧିକ ଉଠାଦୋକାନୀ ପରିବାରକୁ ଆନୁଷ୍ଠାନିକ ଋଣ ସୁବିଧା ଯୋଗାଇ ସେମାନଙ୍କ ଜୀବିକାକୁ ସହାୟତା କରିଛି। ଏହି ସଫଳତା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଟାଉନ୍ ଭେଣ୍ଡିଂ କମିଟି, ବ୍ୟାଙ୍କ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମିଳିତ ପ୍ରୟାସର ପ୍ରତିଫଳନ। ଏହା ଜାତୀୟ ପିଏମ୍-ସ୍ୱନିଧି ମିଶନରେ ଓଡ଼ିଶାର ଶକ୍ତିଶାଳୀ ଅବଦାନକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ପିଏମ୍-ସ୍ୱନିଧି ଯୋଜନାକୁ ଭାରତ ସରକାରଙ୍କ ୮ଟି ପ୍ରମୁଖ ସାମାଜିକ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଯୋଜନା ସହ ସମନ୍ୱିତ କରାଯାଇଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଅଧୀନରେ ୭୧,୦୩୭ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୨,୩୯୧ ଜଣଙ୍କୁ ପଞ୍ଜିକୃତ କରାଯାଇଛି, ଯେଉଁମାନେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ପାଉଛନ୍ତି।ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଅଧୀନରେ ଓଡିଶାରେ ୪୮,୧୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୬,୪୨୧ ଜଣଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY)ରେ ରାଜ୍ୟରେ ୧,୩୮୭ଟି ଶୂନ-ବାଲାନ୍ସ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ONORC ମାଧ୍ୟମରେ ଖାଦ୍ୟ ସୁରକ୍ଷା, PMSYMY ମାଧ୍ୟମରେ ପେନସନ, ଜନନୀ ସୁରକ୍ଷା ଯୋଜନା (JSY) ଓ ପିଏମ୍ ମାତୃ ବନ୍ଦନା ଯୋଜନା (PMMVY) ମାଧ୍ୟମରେ ମାତୃତ୍ୱ ସହାୟତା ପ୍ରଦାନ କରାଯାଉଛି। ଏଥିସହିତ, ସମସ୍ତ ପଞ୍ଜିକୃତ ପିଏମ୍-ସ୍ୱନିଧି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ରେ ସାମିଲ କରି ସେମାନଙ୍କୁ ସୁରକ୍ଷିତ ଘର ଯୋଗାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ହାତକୁ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking