ମାଲକାନଗିରି: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ିଲା ଭାଲୁ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୨୬ ଗାଁରେ। କିଛି ଦିନ ହେବ ଗୋଟିଏ ଭାଲୁ ଗାଁ ନିକଟରେ ବୁଲୁଥିଲା। କିନ୍ତୁ କାଲି ରାତିରେ ଭାଲୁଟି ଆସି ସେଇ ଗାଁରେ ଏକ କୂଅ ଭିତରେ ପଡିଯାଇଛି। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଭାଲୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ଜଙ୍ଗଲରେ ଛଡାଯିବ।










