19.1 C
Bhubaneswar
Tuesday, January 20, 2026
Homeଓଡିଶା୮ମାସ ହେଲା ସ୍ୱାମୀ ନିଖୋଜ; ସରକାରଙ୍କୁ ଗୁହାରୀ ଜଣାଇଲେ ସ୍ତ୍ରୀ

୮ମାସ ହେଲା ସ୍ୱାମୀ ନିଖୋଜ; ସରକାରଙ୍କୁ ଗୁହାରୀ ଜଣାଇଲେ ସ୍ତ୍ରୀ

କାମାକ୍ଷାନଗର: ସ୍ୱାମୀ ନିଖୋଜ ହେବାର ବିତିଗଲାଣି ଆଠମାସ l ନିଖୋଜ ହେବା ପରେ ଥାନାରେ ଅଭିଯୋଗ କରିବା ପରେ ଆଜି ପର୍ଯ୍ୟନ୍ତ ମିଳୁନି କୌଣସି ଖୋଜଖବର l ଚାରିଆଡେ ଖୋଜିଖୋଜି ନିରାଶ ହେବାପରେ ସରକାର ଙ୍କୁ ସ୍ୱାମୀ ଙ୍କୁ ଖୋଜିବା ପାଇଁ ଗୁହାରି ଜଣାଇଲେ ସ୍ତ୍ରୀ l ଏଭଳି ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁ ରେ l ଡ଼ଙ୍ଗାପାଳ ଗ୍ରାମ ର ପବରୀ ପାତ୍ର ଙ୍କ ସ୍ୱାମୀ ରତନା ପାତ୍ର ଙ୍କୁ ଡିହଯୋଡି ସାହିର ଲକ୍ଷ୍ମୀଧର ପାତ୍ର ଓ ତାଙ୍କ ପୁଅ ଲୁଲୁପାତ୍ର ତାମିଲନାଡୁ ର ଏକ କମ୍ପାନୀ ରେ କାମ କରିବାକୁ କହି ଘରୁ ଡାକିନେଇଥିଲେ l ଘରୁ ଯିବାର କୋଡିଏ ଦିନ ପର୍ଯ୍ୟନ୍ତ ରତନା ଙ୍କ ସହ ପବରୀ ଫୋନ ଯୋଗେ କଥା ହୋଇଥିବା ବେଳେ ପରେ ତାଙ୍କ ସହ ଆଉ କୌଣସି ଯୋଗାଯୋଗ କରି ପାରିନଥିଲେ l ଏମିତି କିଛି ଦିନ ବିତିଗଲାପରେ ପବରୀ ତାଙ୍କ ସ୍ୱାମୀ ଙ୍କ ବିଷୟରେ ଲକ୍ଷ୍ମୀଧର ଓ ତାଙ୍କ ପୁଅ ଲୁଲୁ କୁ ପଚାରିବାରୁ ତୁମ ସ୍ୱାମୀ ସେ କମ୍ପାନୀ ରୁ ଘର କୁ ଫେରିଯାଇଥିବା ନେଇ ଶୁଣିବାକୁ ପାଇଥିଲେ l ମାତ୍ର ରତନା ଙ୍କ କୌଣସି ସନ୍ଧାନ ନପାଇବାରୁ ପବରୀ କଙ୍କଡାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଅଭିଯୋଗ କରିବାର ପ୍ରାୟ ଆଠମାସ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରତନା ଙ୍କ ବିଷୟରେ କୌଣସି ସୂଚନା ପାଇନାହାନ୍ତି ପବରୀ l ଯାହାକୁ ନେଇ ସ୍ୱାମୀଙ୍କୁ ଖୋଜି ଆଣିବାକୁ ସରକାର ଙ୍କୁ ଗୁହାରି କରିଛନ୍ତି ପବରୀ l ପବରୀ ଜଣେ ଦିନମଜୁରିଆ ଶ୍ରେଣୀ ର ଲୋକ ହୋଇଥିବା ବେଳେ ସ୍ୱାମୀଙ୍କୁ ଖୋଜିବା ପାଇଁ ସେ ଅସମର୍ଥ l ତେଣୁ ତୁରନ୍ତ ସରକାରୀ ସ୍ତର ରେ ତାଙ୍କୁ ସହାୟତା ପ୍ରଦାନ କରିବାପାଇଁ ସେ ଦାବି କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking