14.1 C
Bhubaneswar
Sunday, January 18, 2026
Homeଓଡିଶାଫେବୃଆରୀ ୧୦ରୁ ଓଡ଼ିଶାରେ ଆରମ୍ଭ ହେବ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଫେବୃଆରୀ ୧୦ରୁ ଓଡ଼ିଶାରେ ଆରମ୍ଭ ହେବ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୨୭ ସୁଦ୍ଧା ରାଜ୍ୟରୁ ଲିମ୍ଫାଟିକ ଫାଇଲେରିଆସିସ ନିରାକରଣ କରିବା ପାଇଁ ଆସନ୍ତା ଫେବୃଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ଅଭିଯାନ ରାଜ୍ୟର ୫ଟି ଜିଲ୍ଲାର ୬ଟି ୟୁନିଟ୍ (ବ୍ଲକ/ସହରାଞ୍ଚଳ) ରେ କାର୍ଯ୍ୟକାରୀ ହେବ। ଏଥିରେ ବଲାଙ୍ଗୀର ଜିଲ୍ଲାରୁ ୨ଟି ଏବଂ ଢେଙ୍କାନାଳ, ବରଗଡ଼, ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ଗୋଟିଏ ଲେଖାଏଁ ୟୁନିଟ୍ ସାମିଲ ରହିଛି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି ଏସ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ରାଜ୍ୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଡ଼. ବୃନ୍ଦା ଡି., ଓଡ଼ିଶା ଔଷଧ ନିଗମ ର ପରିଚାଳନା ନିର୍ଦ୍ଦେଶିକା ଡ଼. ପୋମା ଟୁଡୁ , ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ(ଜନ ସ୍ୱାସ୍ଥ୍ୟ) ଡ଼. ଜିତେନ୍ଦ୍ର ମୋହନ ବେବୋର୍ତ୍ତା ଅନ୍ୟ ଅଧିକାରୀଙ୍କ ସହ ଯୋଗ ଦେଇଥିଲେ। ଏଥିସହିତ ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ନଗର ଉନ୍ନୟନ, ପଞ୍ଚାୟତିରାଜ ବିଭାଗର ଅଧିକାରୀ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ପି.ସି.ଆଇ ଓ GHS ଭଳି ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ଆଞ୍ଚଳିକ ଭେଷଜ ଗବେଷଣା ସଂସ୍ଥା (ICMR) -ଭୁବନେଶ୍ୱର ଏବଂ ଚାରୋଟି ସରକାରୀ ମେଡିକାଲ କଲେଜର ବିଶେଷଜ୍ଞମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ରାଜ୍ୟରେ ଏହାର ସ୍ଥିତି ଏବଂ ଫେବୃଆରୀ ଅଭିଯାନ ପାଇଁ ପ୍ରସ୍ତୁତ ରୂପରେଖ ଉପସ୍ଥାପନ କରିଥିଲେ। ପୂର୍ବ ରାଉଣ୍ଡଗୁଡ଼ିକରେ ଔଷଧ ଖାଇବାକୁ ମନା କରିବା ଏବଂ ଅନୁପସ୍ଥିତି ଭଳି ଆହ୍ୱାନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସଚିବ ସମସ୍ତ ବିଭାଗକୁ ଜନସଚେତନତା ବୃଦ୍ଧି ଏବଂ ସମସ୍ତେ ଯେପରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଔଷଧ ସେବନ କରିବେ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଶନ ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ ମଧ୍ୟ ଅନୁପାଳନ ଓ ତଦାରଖ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ସହ କମ୍ ଔଷଧ ସେବନ ହେଉଥିବା ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking