26.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶଗୁଜୁରାଟର କଚ୍ଛରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଗୁଜୁରାଟର କଚ୍ଛରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗୁଜୁରାଟର କଚ୍ଛ ଜିଲ୍ଲାରେ ଭୁମିକମ୍ପ ଅନୁଭୂତ । ଭୂମିକମ୍ପର ତୀବ୍ରତା 4.1 ମାପ କରାଯାଇଥିଲା। ଗାନ୍ଧୀନଗର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ସିସମୋଲୋଜିକାଲ ରିସର୍ଚ୍ଚ ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ୧.୨୨ରେ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଖାଭଡାରୁ ପ୍ରାୟ ୫୫ କିଲୋମିଟର ଉତ୍ତ ପୂର୍ବ ଅବସ୍ଥିତ ଥିଲା । ଭୁମିକମ୍ପ ଅନୁଭୂତ ହେବା ପରେ ଅନେକ ଲୋକ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ।ଯାହା ଫଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ତଥାପି, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ରିପୋର୍ଟ ନାହିଁ।ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କୋଠାର କ୍ଷତି ନିଶ୍ଚିତ ହୋଇନାହିଁ। ପ୍ରଶାସନ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବକୁ ଅଣଦେଖା କରିବାକୁ ନିବେଦନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking