17.1 C
Bhubaneswar
Wednesday, January 14, 2026
Homeଓଡିଶାଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବୁଧବାର ଅପରାହ୍ନରେ ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଛନ୍ତି l ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ପିଲାମାନଙ୍କୁ ଚିକି, ଚକୋଲେଟ ଓ କଲମ ବଣ୍ଟନ କରିଥିଲେ l ସୁନ୍ଦର ଭୂଦୃଶ୍ୟରେ ସଜ୍ଜିତ ଲୋକଭବନ ଉଦ୍ୟାନ ଏବଂ ଲୋକଭବନ ପରିସରରେ ନୂତନ ଭାବରେ ବିକଶିତ ଅଟଳ ବନ ପରିଦର୍ଶନ କରିଥିବା ପିଲାମାନଙ୍କୁ ଭେଟି ରାଜ୍ୟପାଳ ଆନନ୍ଦିତ ହୋଇଥିଲେ l ନିଜର ଖୁସି ପ୍ରକାଶ କରି ରାଜ୍ୟପାଳ କହିଥିଲେ ଯେ, ”ସବୁଜିମାରେ ଭରପୁର ଉଦ୍ୟାନ ଗୁଡ଼ିକୁ ପରିଦର୍ଶନ କରିବା ସମୟରେ ପିଲାମାନଙ୍କୁ ଭେଟିବା ଏବଂ ସେମାନଙ୍କର ଉତ୍ସାହ ଦେଖିବା ମୋତେ ଅତ୍ୟନ୍ତ ଆନନ୍ଦ ଦିଏ।” ଏପରି ସ୍ଥାନଗୁଡ଼ିକ ପିଲାମାନଙ୍କୁ ଏକ ନିରାପଦ ଏବଂ ପ୍ରାକୃତିକ ପରିବେଶରେ ସୁସ୍ଥ ମନୋରଞ୍ଜନ ଦେବା ସହ ଶିଖିବାର ସୁଯୋଗ ପ୍ରଦାନ କରେ, ଯାହା ସେମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ ପରିପୂରକ ହୋଇଥାଏ ବୋଲି ରାଜ୍ୟପାଳ କହିଛନ୍ତ l ଲୋକଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣଙ୍କ ବିପୁଳ ଆଗ୍ରହ ପାଇଁ ମଧ୍ୟ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଭବନର ପରିବେଶକୁ ଜନସାଧାରଣ ଉପଭୋଗ କରିବା ଉତ୍ସାହଜନକ ବୋଲି ରାଜ୍ୟପାଳ କହିଛନ୍ତି। ଲୋକଭବନ ଉଦ୍ୟାନଗୁଡ଼ିକ ଚଳିତ ଜାନୁଆରୀ 10 ତାରିଖରୁ ଜନସାଧାରଣ ପାଇଁ ଖୋଲାଯାଇଛି ଏବଂଏହା ଜାନୁଆରୀ 20 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଖୋଲା ହେବା ପରଠାରୁ ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ପରିଦର୍ଶକ ଲୋକଭବନ ଉଦ୍ୟାନଗୁଡ଼ିକୁ ପରିଦର୍ଶନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking