22.1 C
Bhubaneswar
Monday, January 12, 2026
Homeଓଡିଶାନିଆଁ ପୁଉଁଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନିଆଁ ପୁଉଁଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ମୟୁରଭଞ୍ଜ: ପୁଣି ଜାଡ ନେଲା ଜୀବନ। ନିଆଁ ପୁଉଁଥିବା ବେଳେ ପୋଡି ହୋଇ ଜୀବନ ହାରିଲେ ବୃଦ୍ଧ। ମୟୁରଭଞ୍ଜ ଜିଲ୍ଲା ବେତନଟୀର ମଗୁସୁରିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାରୁ ଆଶ୍ୱସ୍ତି ପାଇବା ପାଇଁ ନିଆଁରେ ସେକ ହେଉଥିଲେ। ହେଲେ ଅସାବଧାନତା ବସତଃ ପ୍ରଥମେ ନିଆଁ ତାଙ୍କ ଚାଦରରେ ଲାଗିଥିଲା ଓ ସଙ୍ଗେ ସଙ୍ଗେ ହୁତୁହୁତୁ ହୋଇ ଦେହକୁ ବ୍ୟାପି ଯାଇଥିଲା । ଗତ ତିନି ଦିନ ଧରି ବୈଶିଙ୍ଗା ଅଞ୍ଚଳରେ ପଡିଥିବା ପ୍ରବଳ ଜାଡକୁ ଲହ୍ୟ କରିନ ପାରି ଦୁର୍ଯ୍ୟୋଧନ ଘର ସମ୍ମୁଖରେ କାଠିକୁଟାରେ ନିଆଁ ଲଗେଇ ସେକି ହେଉଥିଲେ । ହେଲେ ଆସବଧାନତାବଶତଃ ପ୍ରଥମେ ନିଆଁ ଚାଦରରେ ଲାଗି ହୁତୁ ହୁତୁ ହୋଇ ଦେହକୁ ବ୍ୟାପି ଯାଇଥିଲା । ଶ୍ୱଶୁର ଜଳୁଥିବା ଦେଖି ତାଙ୍କ ଜ୍ୱାଇଁ ଉମାକାନ୍ତ ଦୌଡି ଆସି ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ ବି ନିଜେ ଆହତ ହୋଇଥିଲେ । ଦୁର୍ଯ୍ୟୋଧନକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବୈଶିଙ୍ଗା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking