18.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟକୁ ପୁଣି ଫେରିଲା ଶୀତ

ରାଜ୍ୟକୁ ପୁଣି ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ଶୀତ ଉଭାନ ଥିବା ବେଳେ ଆଜିଠୁ ପୁଣି ରାଜ୍ୟକୁ ପେରିଛି ଶୀତ । ରାତ୍ରିକାଳୀନ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ଫଳରେ ଶୀତ ବଢିବ । ସର୍ବନିମ୍ନ ତାପମାତ୍ର ଦାରିଙ୍ଗବାଡି ଠାରେ ୮.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୮.୮ ଡିଗ୍ରୀ, ରାଉରକେଲାରେ ୯ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀବ ଭୁବନେଶ୍ୱରରେ ୧୬.୯ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧରେ ଅତି ଘନ କୁହୁଡି ଦେଖିବାକୁ ମିଳିଥିବା ବେଲେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଶୀତ ସାଙ୍ଗକୁ କୋହଲା ପବନ , ତା ସାଙ୍ଗକୁ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଉଠି ଚାଷୀ ବିଲକୁ ଯାଉଥିବା ବେଳେ କୁହୁଡି ଶୀତ ପାଇଁ ଜମିକୁ ଯିବା ସମ୍ଭବ ହୋଇପାରୁନି । ଘନ କୁହୁଡି କାରଣରୁ ରାସ୍ତାଘାଟ ଠିକରେ ଦେଖାଯାଉନି । ଯାହା ଫଳରେ ଦୁର୍ଘଟଣାର ସଂଖ୍ୟା ବି ବଢିବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking