18.1 C
Bhubaneswar
Thursday, February 5, 2026
Homeଓଡିଶାପ୍ରବଳ ତୁଷାରପାତ: ଲେହକୁ ବିମାନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ

ପ୍ରବଳ ତୁଷାରପାତ: ଲେହକୁ ବିମାନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ

ନୂଆଦିଲ୍ଲୀ: ସୋମବାର ଲେହରେ ପ୍ରବଳ ତୁଷାରପାତ ଯୋଗୁଁ ବିମାନ କମ୍ପାନୀଗୁଡିକ ସମସ୍ତ ବିମାନ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ଫଳରେ ଉଡାଣ ଏବଂ ଅବତରଣ ଉଭୟ ପ୍ରଭାବିତ ହୋଇଥିଲା । ଇଣ୍ଡିଗୋର ଏୟାର ଲାଇନ୍ସର ପରାମର୍ଶ ଅନୁଯାୟୀ, ଲେହରେ ତୁଷାରପାତ ଯୋଗୁଁ ଉଡାଣ, ଅବତରଣ ଉଭୟ ବିମାନ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ପାଣିପାଗ ଉପରେ କଡା ନଜର ରଖି ଅନୁମତି ପାଇବା ମାତ୍ରେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟସ୍ତଳକୁ ସୁରକ୍ଷିତ ଭାବେ ପଠାଇବୁ ପରାମର୍ଶ ଦେଇଛି ଇଣ୍ଡିଗୋ । ଗ୍ରାହକମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କର ସର୍ବଶେଷ ବିମାନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଆଇଏମଡି ଅନୁଯାୟୀ, ସୋମବାର ଲେହରେ ସର୍ବନିମ୍ନ ତାପମାତ୍ରା -୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଲେହ ପ୍ରଥମ ଥର ତୁଷାରପାତ ସହିତ ଏକ ଧଳା ଘନ କୁହୁଡିରେ ଘୋଡାଇ ଦେଇଥିଲା । ଲେହରୁ ଆସିଥିବା ଦୃଶ୍ୟଗୁଡିକ ଗଛଗୁଡିକୁ ସମ୍ପୁର୍ଣ୍ଣ ବରଫରେ ଆଚ୍ଛାଦିତ ଦେଖାଦେଇଥିଲା । ଅନ୍ୟପଟେ ରବିବାର ଦିନ କାଶ୍ମୀର ଉପତ୍ୟକାର ସୋନମାର୍ଗରେ ମଧ୍ୟ ଋତୁର ପ୍ରଥମ ତୁଷାରପାତ ହୋଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking