ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାରେ ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର ପରେ ଗିରଫ କରିଛି । କିଛି ଦୁନ ତଳେ ଶିଶୁ କନ୍ୟାଟି ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଜାଣିବା ପରେ ବହୁ ଖୋଜାକୋଜି କରିଥିଲେ । କିନ୍ତୁ ପାଇନଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଖୋଜିବା ଆରମ୍ଭ କରି ଗୁରୁବାର ସନ୍ଧ୍ୟାରେ ପାଇଥିଲେ । ଶିଶୁଟିକୁ ଉଦ୍ଧାର ପରେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଭିଯୁକ୍ତଖୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଅଭିଯୁକ୍ତ ଘରାପଡିବା ବେଳେ ପୋଲିସ ଉପରକୁ ଗୁଳି ଚଲାଇଥିଲେ । ପୋଲିସ ଏହାର ପାଲଟା ଜବାବ ଦେଇ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା । ପରେ ମେଡିକାଲକୁ ନିଆଯାଇଥିଲା । ମେଡିକାଲରେ ଚିକିତ୍ସିତ ହେବା ପରେ ପୋଲିସ ଗିରଫ କରି ପଚରା ଉଚରା କରିବା ସମୟରେ ଉଭୟେ ସ୍ୱୀକାର କରିଛନ୍ତି ।










