ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୁଶି ନଗରରେ ସ୍ପଷ୍ଟ ଦିବାଲୋକରେ ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା । ବୁଧବାର କସ୍ୟା ଥାନା ଅଧୀନସ୍ଥ ଜୁଡୱାନିା ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ନିଶାନ୍ତ ବୁଧବାର ଅପରାହ୍ଣରେ ତାଙ୍କ ଗାଁଠୁ ଅଳ୍ପ ଦୂରରେ ଥିବା ଜୁଡୱାନିଆ ଗାଁକୁ ଯାଇଥିଲେ । ଖବର ଅନୁସାର ପଡୋଶୀ ଗାଁର କିଛି ସ୍ଥାନୀୟ ଯୁବକଙ୍କ ସହ ଝଗଡା ହୋଇଥିଲା । ପରେ ଆକ୍ରମଣକାରୀମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପରିବାର ଲୋକେ ଆହତକୁ ଗୁରୁତର ଅବସ୍ଥାରେ କୁଶିନଗର ମେଡିକାଲ କଲେଜକୁ ରେଫର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରହିଛିି ।










