26.1 C
Bhubaneswar
Wednesday, February 4, 2026
Homeଓଡିଶାବାଇକ୍ - ସ୍କୁଟି ମୁହାଁମୁହିଁ ଧକ୍କା: ୨ ମୃତ

ବାଇକ୍ – ସ୍କୁଟି ମୁହାଁମୁହିଁ ଧକ୍କା: ୨ ମୃତ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାର କବିସୂର୍ଯାନଗରରେ ଭ୍ୟଙ୍କର ସଡକ ଦୁର୍ଘଟଣା । ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ମୃତକଙ୍କୁ କୋଡାଲାର କୁମୁଟି ସାହିର ବାସିନ୍ଦା ରୁଦ୍ରନାରାୟଣ ଦାଶ ଏବଂ ରଶ୍ମିରଞ୍ଜନ ପାଢୀ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ସୀମା ଅନ୍ତର୍ଗତ ବୁଢାଆମ୍ବ ନିକଟରେ ଏକ ବାଇକ୍ ଏବଂ ସ୍କୁଟର ପରସ୍ପର ସହିତ ଧକ୍କା ହୋଇଥିଲେ । ଦୁର୍ଘଟଣାର ପ୍ରଭାବ ଏତେ ଜୋରରେ ଥିଲା ଯେ ଉଭୟ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥବା ବେଳେ ତିନି ଜଣ ଆହତ ହୋଇଛନ୍ତି । ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙଅକୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ନିଆଯାଇଛି । ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସ୍ଥିର ଅଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking