ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଲା ପରେ ଅନୁ ଗର୍ଗଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ଅନୁ ଗର୍ଗ କହିଛନ୍ତି ଯେ ମୋ ପାଇଁ ବଡ ଦାୟିତ୍ୱ, ସୁଯୋଗ ବି ରହିଛି । ରାଜ୍ୟର ପ୍ରଗତି ଆମର ମୂଳ ଲକ୍ଷ୍ୟ । ଓଡିଶା – ୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବୁ । ୨୦୪୭ରେ ଦେଶ କିପରି ଲକ୍ଷ୍ୟ ପଥରେ ପହଞ୍ଚିବ କାର୍ଯ୍ୟ କରିବୁ । ସ୍ୱପ୍ନର ଓଡିଶା ଗଠନ କରିବା ପାଇଁ ସମସ୍ତେ ମିଶି କାମ କରିବା । ଆଗାମୀ ଦିନରେ ବହୁତ ଚ୍ୟାଲେଞ୍ଜ ରହିଛି, ସମାଧାନ କରିବା । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍କୁ ଗୁରୁତ୍ୱ ଦିଆଯିବ । ଯୁବ ସଶକ୍ତିକରଣ, ଟୁରିଜିମ୍, ଅନ୍ୟାନ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେବା ।










