33.3 C
Bhubaneswar
Tuesday, June 23, 2026
Homeଦେଶ ବିଦେଶଏୟାର ହୋଷ୍ଟେସ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ଏୟାର ହୋଷ୍ଟେସ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ଗୁରୁଗ୍ରାମ: ଏୟାର ହୋଷ୍ଟେସ୍‌ଙ୍କ ସନ୍ଦେହଜନକ ମୃତ୍ୟୁ । ହରିୟାଣାର ଗୁରୁଗ୍ରାମରେ ଥିବା ଡିଏଲଏଫ ଫେଜ୍ ୧ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କୁ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ୍ ଭାବେ କାମ କରୁଥିବା ୨୫ ବର୍ଷୀୟା ସିମ୍‌ରନ୍ ଡଡୱାଲ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ସିମ୍‌ରନ୍ ଶନିବାର ରାତିରେ ତାଙ୍କ ସାଙ୍ଗ ଘରକୁ ଏକ ପାର୍ଟିରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲା । ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁସାରେ, ଘଟଣା ସମୟରେ ପାର୍ଟିରେ ତିନି ଜଣ ଉପସ୍ଥିତ ଥିଲେ । ସେଥି ମଧ୍ୟରୁ ଦୁଇ ଜଣ ଝିଅ ଓ ଜଣେ ପୁଇ ଥିଲେ । ବର୍ତ୍ତମାନ ସୁଦ୍ଧା, ମୃତକଙ୍କ ପରିବାର କୌଣସି ଅଭିଯୋଗ ଦାଖଲ କରିନାହାଁନ୍ତି। ପୋଲିସର ମୃତ୍ୟୁର କାରଣ ଜାଣିବା ପାଇଁ ତାଙ୍କ ମେଡିକାଲ ରିପୋର୍ଟ ଏବଂ ପାର୍ଟିର ପରିସ୍ଥିତି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking