21.1 C
Bhubaneswar
Sunday, December 28, 2025
Homeଓଡିଶାନାବାଳିକାଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ

ନାବାଳିକାଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ

ରାଇରଙ୍ଗପୁର: ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ। ମିଠେଇ ଦେବା ବାହାନାରେ ଡାକିନେଇ 11 ବର୍ଷିୟ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କଲେ ସ୍କୁଲ ଶିକ୍ଷକ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅଞ୍ଚଳରେ । ଶୁକ୍ରବାର ଦିନ ଝାରପୋଖରିଆ ଥାନା ଅଞ୍ଚଳର ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ଗ୍ରୋସରୀ ଦୋକାନକୁ କିଛି ଜିନିଷ କିଣିବାକୁ ଜଣେ ପୀଡିତା ଆସିଥିଲେ। ମିଠେଇ ଦେବା ଆଳରେ ନାବାଳିକାଙ୍କୁ ଦୋକାନ ପଛ ପଟ ଘରକୁ ଡାକିନେଇ ସେଠାରେ ଅସଦାଚରଣ କରିଥିଲେ। ନାବାଳିକା ଛାତ୍ରୀ ଜଣକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଘଟଣାସ୍ଥଳରୁ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏନେଇ ପୀଡିତାଙ୍କ ମାଆ ଝାରପୋଖରିଆ ଥାନାରେ ଝିଅ ଅସଦାଚରଣର ଶିକାର ହୋଇଥିବା ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି ଶିକ୍ଷକଙ୍କୁ ଗିରଫ କରିଥିଲେ। ଶନିବାର ଶିକ୍ଷକଙ୍କୁ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking