21.1 C
Bhubaneswar
Sunday, December 28, 2025
Homeଓଡିଶାପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ପ୍ରବଳ ଭିଡ଼...ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି...

ପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ପ୍ରବଳ ଭିଡ଼…ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି ଚାଳକ

ଭୁବନେଶ୍ୱର:ପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ଗାଡିର ଲମ୍ବା ଭିଡ । ପ୍ରଦୂଷଣ ଯାଞ୍ଚ ପାଇଁ ସରକାର ଡେଡ ଲାଇନ ଦେବା ପରେ ଲୋକେ ଛାନିଆ । କାଳେ କଣ ଅସୁବିଧା ହେବ ସେଥିପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗେଇ ସାର୍ଟିଫିକେଟ ବାହାର କରୁଛନ୍ତି । ପିୟୁସି ସାର୍ଟିଫିକେଟ ଧରି ଶାନ୍ତିରେ ଘରକୁ ଫେରୁଛନ୍ତି। ବିନା ପିୟୁସିରେ ପେଟ୍ରୋଲ ମନା.. ନିୟମର ଅବଧି ବୃଦ୍ଧି ପାଇଥିଲେ ମଧ୍ୟ ଟେଷ୍ଟିଂ ସେଣ୍ଟର ଆଗରେ ସକାଳ 6 ଟାରୁ ଲାଇନ ଲଗାଉଛନ୍ତି ଲୋକେ । ଫେବୃଆରୀ ପହିଲାରୁ ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ସରକାରଙ୍କ ଏଭଳି ଘୋଷଣା ପରେ ହଇରାଣରେ ପଡିଛନ୍ତି ସାଧାରଣ ଜନତା । ଏପଟେ ଟ୍ରାଫିକ ଫାଇନ ଥିଲେ କୌଣସି ପିୟୁସି ସାର୍ଟିଫିକେଟ ମିଳିବ ନାହିଁ ବୋଲି କୁହାଯାଉଛି । ତେଣୁ ଟ୍ରାଫିକ ଥାନା ଆରଟିଓ ସମ୍ମୁଖରେ ମଧ୍ୟ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଯାହା ବି ହେଉ, ପିୟୁସି ବାହାର କରିବା ଏବଂ ପୁରୁଣା ଫାଇନ କ୍ଲିଅର କରିବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଭିଡ଼ କରୁଛନ୍ତି । ଯେମିତି ହେଉ ପ୍ରଦୂଷଣ ପ୍ରମାଣପତ୍ରଟିଏ ଧରି ପାଇବାକୁ ଧାଡ଼ି ବାନ୍ଧି ନିଜ ପାଳି ଆସିବାକୁ ଅପେକ୍ଷା କରିଥାନ୍ତି ଗାଡ଼ି ଚାଳକ। ଦିନ ଥିଲା କାଁ ଭାଁ ଭାବ ଲୋକମାନେ ନିଜ ଗାଡିର ପ୍ରଦୂଷଣ ଯାଞ୍ଚ ପାଇଁ ଆସୁଥିଲେ । ଏବେ ତେଲ ମିଳିବନି ବୋଲି ସେହି ଭୟରେ ଟେଷ୍ଟିଂ ଭ୍ୟାନ ଆଗରେ ଭିଡ଼ ଲଗାଇଛନ୍ତି । ଧିରେ ଧିରେ ଗୁରୁତ୍ୱ ହରାଉଥିବା ପିୟୁସି ସାର୍ଟିଫିକେଟ୍ ଏବେ ଲୋକମାନଙ୍କର ଅତ୍ୟନ୍ତ ଦରକାରୀ ଜିନିଷ ହୋଇପଡିଛି । କିନ୍ତୁ ଗାଡ଼ିରେ ଯଦି ଫାଇନ ପଡ଼ିଥିବ ତାକୁ ନଭରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ କରିପାରିବେ ନାହିଁ । ତେଣୁ କିଛି ଚାଳକ ନିରାଶ ହୋଇ ଫେରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking