19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଫ୍‌ଟିଏ ସ୍ୱାକ୍ଷରିତ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଫ୍‌ଟିଏ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଏବେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ରିପୋର୍ଟ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ମିଳିତ ଭାବେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଅନ୍ତର୍ଗତ ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨୦ ନିୟୁତ ଡଲାର ନିବେଶ କରିବ। ଏହି ନିବେଶ କୃଷି, ଦୁଗ୍ଧ, ଖାଦ୍ୟ ପ୍ରକ୍ରିୟାକରଣ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଏକ ଟେଲିଫୋନ ବାର୍ତ୍ତାଳାପ ଆଧାରରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ନେଇ ଉଭୟ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ସବୁଠୁ ବଡ଼କଥା ହେଉଛି, ଏହି ଚୁକ୍ତିନାମା କେବଳ ଦୁଇ ଦେଶ ମଧ୍ୟରେ ଆର୍ôଥକ ସମ୍ପର୍କକୁ ଉନ୍ନତ କରିବ ତାହା ନୁହେଁ ବରଂ ସୁରକ୍ଷାବାଦୀ ଆମେରିକା ବାଣିଜ୍ୟ ନୀତି ସାମ୍ନାରେ ଭାରତର ବିକଳ୍ପ ବିଶ୍ୱ ସହଭାଗୀତାକୁ ମଧ୍ୟ ଅନେକାଂଶରେ ସଶକ୍ତ କରିବ। ମୋଟାମୋଟି ଭାରତ ଏବେ ଆମେରିକାର ବିକଳ୍ପ ଭାବେ ନ୍ୟୁଜିଲାଣ୍ଡ ରୂପରେ ଏକ ବଡ଼ ବଜାର ପାଇପାରିଛି।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏପ୍ରକାର ଏଫ୍‌ଟିଏ ଚୁକ୍ତି ସ୍ୱାକ୍ଷରିତ ହେବା ଆଦୌ ଅପ୍ରତ୍ୟାଶିତ ନୁହେଁ। ଉଭୟ ଦେଶ ଏନେଇ ମାର୍ଚ୍ଚ ୨୦୨୫ରୁ ଆଲୋଚନା ଜାରି ରଖିଥିଲେ। ବିଶେଷକରି ଯେତେବେଳେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଲକ୍ସନ ଭାରତ ଗସ୍ତରେ ଆସିଥିଲେ। ତେବେ ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମାପ୍ତ ହେବା ଦୁଇ ଦେଶ ମଧ୍ୟରେ ରାଜନୈତିକ ଇଚ୍ଛାଶକ୍ତି ଏବଂ ରଣନୈତିକ ବୁଝାମଣାକୁ ଦର୍ଶାଏ। ଉଭୟ ମୋଦୀ ଏବଂ ଲକ୍ସନ୍ ଏଫ୍‌ଟିଏ ଅନ୍ତର୍ଗତ ଆଗାମୀ ୫ ବର୍ଷ ମଧ୍ୟରେ ବିଦ୍ୟମାନ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଏବଂ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ଯୋଗାଣ ଶୃଙ୍ଖଳା ସହଯୋଗକୁ ନୂତନ ପ୍ରେରଣା ପ୍ରଦାନ କରିବା ଦିଗରେ ସହମତ ହୋଇଛନ୍ତି। ସୂଚନାଯୋଗ୍ୟ ଭାରତ ଗତ କିଛି ବର୍ଷ ମଧ୍ୟରେ ଅନେକ ଦେଶ ଯେପରିକି ଓମାନ, ୟୁଏଇ, ୟୁକେ, ଅଷ୍ଟ୍ରେଲିଆ, ମରିସସ୍‌, ଇଥିଓପିଆ ଭଳି ଦେଶ ସହ ଏଫ୍‌ଟିଏ ଚୁକ୍ତି ସ୍ୱାକ୍ଷରିତ କରିଛି। ନ୍ୟୁଜିଲାଣ୍ଡ ସହ ଭାରତର ଏହା ୭ମ ଏଫ୍‌ଟିଏ ବୋଲି ବିବେଚନା କରାଯାଉଛି। ତେବେ ଏହି ଶୃଙ୍ଖଳା ଏକ ନିର୍ଭରଯୋଗ୍ୟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭାବରେ ଭାରତର ଦ୍ରୁତ ଉଦୟକୁ ଦର୍ଶାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking