ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ତାଙ୍କର ଦୁଇ ଦିନିଆ ରାଉରକେଲା ଗସ୍ତ ପରିପ୍ରେକ୍ଷୀରେ ଆଜି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ( ଏନ୍ ଆଇ ଟି), ରାଉରକେଲା ଠାରେ ଆୟୋଜିତହାଇଡ୍ରୋ ଇଣ୍ଟରନ୍ୟାସନାଲ ୨୦୨୫ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେଇ ଅଧ୍ୟକ୍ଷତା କରିଥିଲେ । ଏନଆଇଟି ଠାରେ ଇଣ୍ଡିଆନ୍ ସୋସାଇଟି ଅଫ୍ ହାଇଡ୍ରୋଲିକ୍ସଏବଂନିଟ୍, ରାଉରକେଲାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନ ‘ଜଳ କଳସ’ ସ୍ଥାପନ ସହ ଆରମ୍ଭ ହୋଇଥିଲା, ଯାହା ଆମକୁ ସମୟୋଚିତ ଭାବେ ସ୍ମରଣ କରାଇଦେଉଛି ଯେ, ଜଳ କେବଳ ଏକ ସମ୍ବଳ ନୁହେଁ, ବରଂ ଆଗାମୀ ପିଢ଼ିମାନଙ୍କ ପାଇଁ ଏହାକୁସୁରକ୍ଷିତ ରଖିବା ପାଇଁ ଉଦ୍ଦିଷ୍ଟ ଗୋଟିଏ ଅମୂଲ୍ୟ ସଂପଦ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ତାଙ୍କର ସଭାପତି ଅଭିଭାଷଣରେ ‘ବିକଶିତ ଓଡ଼ିଶା’ ପାଇଁ ରାଜ୍ୟର ଦୃଷ୍ଟିକୋଣ ଉପରେ ଆଲୋକପାତ କରି୨୦୪୭ ସୁଦ୍ଧା ଓଡ଼ିଶାକୁ ଏକଜଳ-ସୁରକ୍ଷିତ ରାଜ୍ୟଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ, ଯାହାଜାତୀୟ ଜଳ ଦୃଷ୍ଟିକୋଣ @୨୦୪୭ସହ ସମନ୍ୱିତ କରୁଥିବ ।ସେ ଓଡ଼ିଶା ସରକାରଙ୍କ ଦ୍ୱାରା ଜଳ ସଂରକ୍ଷଣ ଓ ସଞ୍ଚୟବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା,ଜଳ ବ୍ୟବହାର କ୍ଷମତାବୃଦ୍ଧି ଏବଂପାନୀୟ ଜଳ ଓ ଜଳ ଉତ୍ସର ସ୍ଥାୟିତ୍ୱକୁ ପ୍ରାଥମିକତାଦେଇଜଳବାୟୁ-ସହନଶୀଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଉନ୍ନୟନ କମିଶନର ସମଗ୍ର ରାଜ୍ୟରେ ନିର୍ମିତ ସମସ୍ତ ଛୋଟ ଓ ବଡ଼ ଜଳ ସଂରକ୍ଷଣ ଗଠନ ସହିତ ଅତିରିକ୍ତ ଭାବେ୭୨ଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ କରାଯାଉଥିବା ବିଷୟରେ ଉଲ୍ଲେଖ କରିଥିଲେ।ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୫ଟି ଏସ୍- ସ୍କେଲ( (ପରିମାଣ), ସ୍ପିଡ୍ (ଗତି), ସିନର୍ଜି (ସମନ୍ୱୟ), ସଷ୍ଟେନେବିଲିଟି (ସ୍ଥାୟିତ୍ୱ) ଓ ସିଷ୍ଟମ (ପ୍ରଣାଳୀ)ଉପରେ ଗୁରୁତ୍ୱ ଦେଇଥିଲେ।
ଉନ୍ନୟନ କମିଶନର ଆହୁରି ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଶତ ପ୍ରତିଶତ ଜଳ ସୁରକ୍ଷାହାସଲ କରିବା ପାଇଁ ଗବେଷଣା କରି ନୂତନ ଉପାୟ ଓ ପଥ ବିକଶିତ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଏହି ଦୃଷ୍ଟିକୋଣକୁ ସାକାର କରିବାରେ ବିଭିନ୍ନ ଗୋଷ୍ଠୀ ସମୁଦାୟର ସକ୍ରିୟ ଅଂଶଗ୍ରହଣଉପରେ ଗୁରୁତ୍ୱଦେଇଥିଲେ।ଉଦ୍ଘାଟନୀ ଅଧିବେଶନରେ ଅନ୍ୟ ମାନ୍ୟଗଣ୍ୟ ଅତିଥମାନଙ୍କ ଉପସ୍ଥିତିରେ ପ୍ରଫେସର ବିନୋଦ ତାରେ, ସ୍ଥାପକ ମୁଖ୍ୟ ଏବଂ ସି. ଗଙ୍ଗା, ଆଇଆଇଟି କାନପୁରଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମ୍ମିଳନୀ ଅବସରରେ ପ୍ରକାଶିତ ଏକ ଗବେଷଣା ନିବନ୍ଧ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଅଧ୍ୟାପକବୃନ୍ଦ, ପେଶାଦାର,କ୍ଷେତ୍ର ଅଭ୍ୟାସକାରୀ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରୁ ବହୁ ଅଂଶଗ୍ରହଣକାରି ଯୋଗଦେଇଛନ୍ତି । ଆଜି ଉନ୍ନୟନ କମିଶନର ହାମିରପୁର, କୋପସିଙ୍ଗା, କୁଦବଗାଠାରେ ନିର୍ମାଣାଧୀନ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସାରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି, ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ତାଙ୍କର ଦୁଇ ଦିନିଆ ରାଉରକେଲା ଗସ୍ତ ଅବସରରେ ଗତକାଲି ୧୭ ତାରିଖରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଗୁଡିକର ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର୍ ପ୍ରମୁଖ ଉପସ୍ଥିତ ଥିଲେ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଗତକାଲି ଛେଣ୍ଡ ସ୍ଥିତ ବାୟୋ ମାଇନିଂ ସ୍ଥଳ ପରିଦର୍ଶନ କରି ସେଠାରେ ଚାଲିଥିବା ପ୍ରକ୍ରିୟାକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ପରେ ସେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିବା ସହ ସେଠାରେ ଏକ ସ୍ଵତନ୍ତ୍ର ହକି ଗ୍ୟାଲେରୀ ସ୍ଥାନିତ କରିବା, ବିଶ୍ୱକପ ସମୟର ସ୍ମରଣୀୟ ମୁହୂର୍ତ୍ତର ଫଟୋଚିତ୍ର ଗୁଡିକୁ ମଧ୍ୟ ଉକ୍ତ ଗ୍ୟାଲେରୀରେ ରଖିବା ଏବଂ ମାସ୍କଟ ଓଲିର ଏକ ପ୍ରତିକୃତି ଷ୍ଟାଡିୟମରେ ତିଆରି କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସେ ଛେଣ୍ଡ ସ୍ଥିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଲୋକଙ୍କ ପାଇଁ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ। ଟିସ୍କୋ ପୋଖରୀର ପୁନଃରୁଦ୍ଧାର ଲାଗି ରାଉରକେଲା ମହାନଗର ନିଗମ ଯୋଜନା କରିଥିବା ସଂପର୍କରେ ପଚାରି ବୁଝିଥିଲେ । ଏହାକୁ ଏକ ପ୍ରମୁଖ ପିକନିକ ସ୍ଥଳ ଭାବେ ଆବଶ୍ୟକ ଉନ୍ନତିକରଣ , ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବା ପାଇଁ ଦୃଷ୍ଟି ଦେବା, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସ୍ଥାନେ ସ୍ଥାନେ ସୂଚନା ଫଳକ ମାରିବା ସଂପର୍କରେ ସେ ପରାମର୍ଶ ଦେଇଥିଲେ। ଏଥିସହ ସେ ଉଦିତ ନଗର ଠାରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ ଏବଂ ନିର୍ମାଣାଧୀନ କୋଏଲ ନଗର ସ୍ଥିତ ବୃହତ୍ ମନୋରଞ୍ଜନ ଉଦ୍ୟାନ ପରିଦର୍ଶନ କରିଥିଲେ ।
ଆହୁରି ମଧ୍ୟ ଉନ୍ନୟନ କମିଶନର ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ବାଲୁଘାଟ ଠାରେ ବାୟୋ-ମାସ ପେଲେଟ ପ୍ଲାଣ୍ଟ, ପୁରାଣ ପ୍ରସିଦ୍ଧ ବେଦବ୍ୟାସ ମନ୍ଦିର ଏବଂ ରାଉରକେଲା ୱାନ ଠାରେ ନିର୍ମାଣାଧୀନ ଜନଜାତି ସଂଗ୍ରହାଳୟଏବଂ ରାଉରକେଲା ୱାନ ଠାରେ ନିର୍ମାଣାଧୀନ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ମଧ୍ୟ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ବର୍ଷ ବର୍ଷ ଧରି ଅଟକି ରହୁଥିବା ପ୍ରକଳ୍ପଗୁଡିକୁ ତ୍ଵରିତ ସାରିବା ଓ ନୂତନ ପ୍ରକଳ୍ପ ଗୁଡିକର ତ୍ଵରିତ ଆରମ୍ଭ ସହ ପ୍ରକଳ୍ପ ଗୁଡ଼ିକରୁ ଅଧିକରୁ ଅଧିକ ରାଜସ୍ଵ ଯେପରି ସୃଷ୍ଟି ହୋଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ବିଭାଗତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଯୋଗଦେଇ ରାଉରକେଲା ସହରରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଏହାକୁ ଏକ ବଡ଼ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ସଂପର୍କରେ ପ୍ରକାଶ କରିଥିଲେ।










