33.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶତାମିଲନାଡୁରେ ହଟିବ ୭୧୭ଟି ମଦ ଦୋକାନ

ତାମିଲନାଡୁରେ ହଟିବ ୭୧୭ଟି ମଦ ଦୋକାନ

ଚେନ୍ନାଇ: ତାମିଲନାଡୁର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ରାଜ୍ୟରେ ମଦମୁକ୍ତ ଓ ନିଶାମୁକ୍ତ ପରିବେଶ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବସଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ଥିବା ୭୧୭ଟି ସରକାରୀ ମଦ ଦୋକାନକୁ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଦ୍ୱାରା ପରିଚାଳିତ ମୋଟ ୪,୭୬୫ଟି ଦୋକାନ ମଧ୍ୟରୁ ଯାଞ୍ଚ ପରେ ଏହି ୭୧୭ଟି ଦୋକାନକୁ ଚିହ୍ନଟ କରାଯାଇଛି। ସରକାରୀ ବିବୃତ୍ତି ଅନୁଯାୟୀ, ବନ୍ଦ ହେବାକୁ ଥିବା ଦୋକାନଗୁଡ଼ିକ ମଧ୍ୟରୁ ୨୭୬ଟି ଉପାସନା ସ୍ଥଳ ନିକଟରେ, ୧୮୬ଟି ଶିକ୍ଷାନୁଷ୍ଠାନ ନିକଟରେ ଏବଂ ୨୫୫ଟି ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ। ନିଜର ନିର୍ବାଚନୀ ଇସ୍ତାହାରରେ ଟିଭିକେ (ତାମିଲଗା ଭେଟ୍ରି କାଜଗମ୍) ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବିଜୟଙ୍କ ଏହି ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking