30.1 C
Bhubaneswar
Tuesday, May 12, 2026
Homeଓଡିଶାନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମୃତ

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ପାଇକ ସାହିରେ ଘଟିଥିବା ଏକ ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳ ଶୋକକୂଳ ହୋଇପଡିଛି ।କରେଣ୍ଟ ଲାଗି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାତୁଣୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ୭୦ ବର୍ଷୀୟ ରତ୍ନାକର ସାହୁ। ସୂଚନା ଅନୁସାରେ ଆଜି ସକାଳୁ ଘରେ ଲୁଗା ଶୁଖାଉଥିବା ବେଳେ ତାଙ୍କର ନାତୁଣୀ ତୁଳସୀ ସାହୁ ହଠାତ ସର୍ଭିସ ତାର ସଂସ୍ପର୍ଶରେ ଆସି କରେଣ୍ଟ ଯୋଗୁଁ ଆଘାତ ଖାଇଥିଲେ । ନାତୁଣୀଙ୍କୁ ବଞ୍ଚାଇବା ପାଇଁ ଅଜା ରତ୍ନାକର ସାହୁ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଯାଇ ତାଙ୍କୁ ଭିଡି ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ଚେଷ୍ଟା ସମୟରେ ସେ ନିଜେ ମଧ୍ୟ ବିଦ୍ୟୁତ କବଜାକୁ ଆସିଯାଇଥିଲେ। ଘଟଣା ଘଟିବା ପରେ ପରିବାର ଲୋକେ ଦୁହିଁଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ।ସେଠାରେ ଡାକ୍ତର ରତ୍ନାକର ସାହୁଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ତୁଳସୀ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking