28.4 C
Bhubaneswar
Tuesday, June 23, 2026
Homeଓଡିଶାଭୁଶୁଡିଲା କାନ୍ଥ: ଶିଶୁ ମୃତ

ଭୁଶୁଡିଲା କାନ୍ଥ: ଶିଶୁ ମୃତ

ଉମରକୋଟ: ଉମରକୋଟରେ ବଡ ଅଘଟଣ । ଘରକାନ୍ଥ ଭୁଶୁଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏହି ଘଟଣାରେ ଆଉ ୨ ଜଣ ଶିଶୁ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କମାବନ୍ଧ ଗାଁରେ ଏହି ଅଘଟଣ ଘଟିଛି । ସୂଚନା ଅନୁସା​‌ରେ, ୩ ଜଣ ଶିଶୁ ଗୁରୁବାର ଘର ବାରଣ୍ଡାରେ ଖେଳୁଥିଲେ। ନିକଟରେ ଥିବା ଏକ କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ କାନ୍ଥ ତଳୁ ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଜଣେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିତେବେ ଏହି ଅଘଟଣ ପାଇଁ ଦାୟୀ କିଏ ସେନେଇ ତଦନ୍ତ କରୁଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking