17.1 C
Bhubaneswar
Friday, December 19, 2025
Homeଓଡିଶାକିମ୍ସ ଡାକ୍ତରଙ୍କୁ ବାନ୍ଧ: ବବିତା ପାତ୍ର

କିମ୍ସ ଡାକ୍ତରଙ୍କୁ ବାନ୍ଧ: ବବିତା ପାତ୍ର

ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ଘଟଣାରେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ରଙ୍କ ବଡ ବୟାନ । ଅଧ୍ୟକ୍ଷା କହିଛନ୍ତି ଯେ ଯେଉଁ ଡାକ୍ତର ଭୁଲ ରିପୋର୍ଟ ଦେଇଥିଲେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛୁ । ଡାକ୍ତର ସ୍ଥାନୀୟ ପୋଲିସକୁ କାହିଁକି ଜଣଆଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଧ୍ୟକ୍ଷା । ସେ ଆହୁରି କହିଛନ୍ତି ଯେ ବିନା ପୋଷ୍ଟମର୍ଟମରେ କିପରି ମୃତଦେହ ହସ୍ତାନ୍ତର କଲେ । ଇନ୍‌ଫୋସିଟି ଥାନା ପୋଲିସ କେମିତି ଜାଣି ପାରିଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି କିସ୍‌ରେ ୫ ଜଣିଆ ଟିମ୍ ସହ ଅନୁଧ୍ୟାନ କରିଥିଲେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର । ଅନୁଧ୍ୟାନ ପରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପ୍ରତିକ୍ରିୟା ଦେଇ କହିଥିଲେ ଯେ ଛାତ୍ର ମୃତ୍ୟୁ ଘଟଣାରେ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି । ଛାତ୍ରଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଶବ ବ୍ୟବଚ୍ଛେଦ ବିନା ମୃତଦେହ ହସ୍ତାନ୍ତର କରିଥିଲେ କର୍ତ୍ତୃପକ୍ଷ । କେଉଁ ପରିସ୍ଥିତିରେ ପରିବାରକୁ ମୃତଦେହ ଦିଆଗଲା ତଦନ୍ତ ହେବ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦୃଢ କାର୍ଯ୍ୟାନୁଷ୍ଠାନ ହେବ: ଜୁଏଲ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking