21.1 C
Bhubaneswar
Wednesday, December 17, 2025
Homeଓଡିଶାଓଡ଼ିଶା ପୋଲିସ ତରଫରୁ "ଅପରେସନ୍ ଧରପଗଡ" ଅଭିଯାନ

ଓଡ଼ିଶା ପୋଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ

ରାଜ୍ୟରେ ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଲଗାତାର କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଏହା ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ଧରି ଓଡ଼ିଶା ପୋଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବହୁ ଜିଲ୍ଲା ପୋଲିସ ସାମିଲ ହୋଇ ବେଆଇନ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏହା ବ୍ୟତୀତ ନିଶାସକ୍ତ ଗାଡି ଚାଳକଙ୍କ ବିରୋଧରେ ମଧ୍ୟ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା ।

ଏହି ଅଭିଯାନରେ ଅଦ୍ୟାବଧି ସାରା ରାଜ୍ୟରେ ଚୋରା ବନ୍ଧୁକ ଚାଲାଣକାରୀଙ୍କ ବିରୋଧରେ 27 ଟି ମାମଲା ରୁଜୁ କରାଯାଇଥିବା ବେଳେ 36ଟି ବନ୍ଧୁକ, 71 ଗୁଳି, 62 ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା 27 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରିବା ଅଭିଯୋଗରେ ପୋଲିସ 519ଟି ମାମଲା ରୁଜୁ କରିବା ସହ 211 ଟି ଯାନ ଜବତ କରିଛି । ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପି “ଅପରେସନ୍ ଧରପଗଡ” ଅଭିଯାନରେ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking