ଭୁବନେଶ୍ୱର: ପୁସ୍ତକ ମହୋତ୍ସବକୁ ନେଇ ମାନ୍ୟବର ବାଚସ୍ପତି, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ନିଜର ମତ ରଖିଛନ୍ତି।
ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ -“ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଏହା ଆମର ଚିନ୍ତା-ଚେତନା, ଭାବ-ଭାବନାକୁ ପରିପୁଷ୍ଟ କରିଥାଏ”।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ – “ବହିର ବିକଳ୍ପ ନାହିଁ। ଆମର ପ୍ରାଚୀନ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ଆମର ଦାୟିତ୍ୱ”।
ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ – “ବହି ସାମାନ୍ୟ କାଗଜରେ ସମ୍ବଳିତ କେତେକ ପୃଷ୍ଠାର ସମାହାର ନୁହେଁ, ବହି ଗୋଟିଏ ଉଚ୍ଛ୍ବାସ, ଗୋଟିଏ ଉନ୍ମାଦ, ବହି ଗୋଟିଏ ଅନୁଭବ ଏବଂ ଆଗାମୀ ଭବିଷ୍ୟତକୁ ଲେଖୁଥିବା ଉପାଦାନ”।
ଜ୍ଞାନପୀଠ ପୁରସ୍କାର ବିଜେତା ଡ଼. ପ୍ରତିଭା ରାୟ – “ଆଜିର ବସ୍ତୁବାଦୀ ଦୁନିଆରେ ପୁସ୍ତକ ହେଉଛି ଚେତନାର ମାର୍ଗଦର୍ଶକ। ପୁସ୍ତକକୁ ଉପହାରରେ ଦିଅନ୍ତୁ, ପୁସ୍ତକକୁ ଅଗ୍ରାଧିକାର ଦିଅନ୍ତୁ”।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ଯଶୋଧରା ମିଶ୍ର -” ପୁସ୍ତକ ଆମ ସମାଜର ଦର୍ପଣ। ପୁସ୍ତକ ବିନା ବିକଶିତ ସମାଜର ପରିକଳ୍ପନା କରି ହେବ ନାହିଁ”।










