19.1 C
Bhubaneswar
Tuesday, February 3, 2026
Homeଓଡିଶାଚୋରି କରିି ଫେରାର ୫ ଅଭିଯୁକ୍ତ ଗିରଫ

ଚୋରି କରିି ଫେରାର ୫ ଅଭିଯୁକ୍ତ ଗିରଫ

ଧର୍ମଶାଳା: ବିଗତ ୬ ମାସ ହେବ ଧର୍ମଶାଳା ଓ ଏହାର ସୀମାବର୍ତୀ ଥାନା ଅଞ୍ଚଳରେ ସଙ୍ଗଠିତ ଘର ଚୋରି ଘଟଣାରେ ପୁର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଫେରାର ଥିବା ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଧର୍ମଶାଳା ପୁଲିସ ଗିରଫ କରି ଆଜି କୋର୍ଟଚଲାଣ କରିଥିବା ଜଣାପଡିଛି । ପ୍ରକାଶ, ଧର୍ମଶାଳା ଥାନା ଓ ଏହାର ସୀମାବର୍ତୀ ଥାନା ଅଞ୍ଚଳରେ ବିଗତ ୬ ମାସ ହେଲା ବ୍ୟାପକ ଚୋରି ହେଉଥିଲା । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିଲା । ଏହକୁ ନେଇ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଏସ୍‌ପି ୟସପ୍ରତାମ ସିମଲଙ୍କ ଅଧ୍ୟକ୍ଷତାରେ ଏକ ପୁଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗତ ୪ ତାରିଖରେ ଚୋରି ଘଟଣାରେ ସମ୍ପୃକ୍ତ ୧୦ ଜଣ ଚୋର ସମେତ ୪ ଜଣ ରିସିଭର୍‌ଙ୍କୁ ଗିରଫ କରାଯାଇ ସେମାନଙ୍କ ନୁିକଟରୁ ବିପୁଳ ପରିମାଣର ଚୋରି ଟଙ୍କା, ସୁନା ଓ ରୁପା ଅଳଙ୍କାର ଜବତ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ତେବେ ଏହି ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତମାନେ ଫେରାର ରହିଥିଲେ । ଧର୍ମଶାଳା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଫେରାର ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧୪ ଗ୍ରାମ ସୁନା ଅଳଙ୍କାର ସହ ଗୋଟିଏ ଟିଅଗୋ କାର, ଗୋଟିଏ ମାରୁତି ବାଲାନୋ, ଗୋଟିଏ ମାରୁତି ଇର୍ଟିକ, ଗୋଟିଏ ସ୍କୁଟି ବାଇକ ସହ ୫ଟି ମୋବାଇଲ ଫୋନ ଜବତ କରିଛି । ପୁର୍ବରୁ ଫେରାର ଥାଇ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତମାନେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଗ୍ରାମର ସେକ ୱାହିଦ(୨୫), ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଗ୍ରାମର ସେକ ଲାଲୁଦ୍ଦିନ(୨୩), କେନ୍ଦ୍ରାପଡା ସଦର ଥାନା ମିର୍ଜାପାଟଣା ଗ୍ରାମର ମିର୍ଜା ମେହେବୁବ ବେଗ (୩୦), ଜମ୍ବୁ ମେରାଇନ ଥାନା ବତିଘର ଗ୍ରାମର ନାରାୟଣ ବାରିକ (୨୭), କେନ୍ଦ୍ରାପଡା ଟାଉନ ଥାନା ଅଧିନ ଜୟପୁର ଗ୍ରାମର ସେକ ରମଜାନ (୪୫) ବୋଲି ଜଣାପଡିଛି । ଆଜି ୫ ଜଣ ଅଭିଯୁକ୍ତଙ୍କୁ ଧର୍ମଶାଳା ପୁଲିସ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking