23.1 C
Bhubaneswar
Monday, February 2, 2026
Homeଓଡିଶାଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନରେ କୋଟି କୋଟି ଦେଶବାସୀଙ୍କ ସମର୍ଥନ

ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନରେ କୋଟି କୋଟି ଦେଶବାସୀଙ୍କ ସମର୍ଥନ

ଭୁବନେଶ୍ଵର:  ରବିବାର ମଧ୍ୟାହ୍ନରେ ନୂଆଦିଲ୍ଲୀର ରାମଲୀଳା ମୈଦାନ ଗର୍ଜିବ। ସମଗ୍ର ଦେଶରୁ ଲକ୍ଷାଧ‌ିକ କଂଗ୍ରେସ ନେତା ଓ କର୍ମୀ ଏକ ବିଶାଳ ସମାବେଶରେ ଏକାଠି ହେବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଓ ଲୋକସଭାର ବିରୋଧଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଉକ୍ତ ସମାବେଶରେ ‘ସମ୍ବିଧାନ ବଞ୍ଚାଅ’, ‘ଏସ୍.ଆଇ.ଆର ବନ୍ଦ କର’ ଓ ‘ଭୋଟ ଚୋର ଗାଦି ଛାଡ଼’ ପ୍ରମୁଖ ସ୍ଲୋଗାନ ଦିଆଯାଇ ଦେଶର ଗଣତାନ୍ତ୍ରିକ ବିଧ‌ିବ୍ୟବସ୍ଥାର ସୁରକ୍ଷା ପାଇଁ ସରକାରଙ୍କୁ ଆହ୍ବାନ ଦିଆଯିବ। ସୂଚନାଯୋଗ୍ୟ, ସମଗ୍ର ଦେଶରେ ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ ଗତ ନଭେମ୍ବର ୩୦ ତାରିଖରେ ଶେଷ ହୋଇଥିଲା। ଦେଶବ୍ୟାପି କୋଟି କୋଟି ଲୋକଙ୍କ ଦସ୍ତଖତ ସଂଗ୍ରହ ହୋଇଥିବାବେଳେ କେବଳ ଓଡ଼ିଶାରୁ ୧୦,୭୮,୨୭୦ ଜଣଙ୍କ ଦସ୍ତଖତ ସଂଗ୍ରହ ହୋଇଥିଲା। ଦିଲ୍ଲୀ ସମାବେଶରେ ଏ ନେଇ କଂଗ୍ରେସ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ ଘୋଷଣା କରିବେ । ଏହି ସମସ୍ତ ଦସ୍ତଖତ ସମ୍ବଳିତ ନଥପତ୍ର ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯିବ। ଓଡ଼ିଶାରୁ ପିସିସି ସଭାପତି ଭକ୍ତଚରଣ ଦାସ, ଏ.ଆଇ.ସି.ସି.ର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ଓଡ଼ିଶାର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ୱରେ ୨୦୦୦ରୁ ଅଧିକ କଂଗ୍ରେସ ନେତା ଓ କର୍ମୀ ୨-୩ ଦିନ ପୂର୍ବରୁ ଯାଇ ଦିଲ୍ଲୀରେ ପହଂଚିସାରିଛନ୍ତି । ରବିବାର ପୂର୍ବାହ୍ନ ୮.୩୦ରୁ ୯.୦୦ ମଧ୍ଯରେ ୩୪, ଗୁରୁଦ୍ଵାର ରକାବଗଞ୍ଜ ରୋଡଠାରେ ଓଡ଼ିଶାର ନେତା ଓ କର୍ମୀ ଏକାଠି ହୋଇ ସେଠାରୁ ଏକ ପଦଯାତ୍ରାରେ ବାହାରି ରାମଲୀଳା ମୈଦାନରେ ପହଂଚିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରି ନିଜ ନିଜ ସାମ୍ବିଧାନିକ ଦାୟିତ୍ଵ ତୁଲାଇବାକୁ ପିସିସି ସଭାପତି ଶ୍ରୀ ଦାସ, ଶ୍ରୀ ଲଲୁ, ଏ.ଆଇ.ସି.ସି.ର ଓଡ଼ିଶା ସହ- ପ୍ରଭାରୀ ସାହାନୱାଜ ଚୌଧୁରୀ ଓ ଜେ.ଟି. କୁସୁମ୍ କୁମାର ପ୍ରମୁଖ ଦଳର ନେତା ଓ କର୍ମୀଙ୍କୁ ଆହ୍ଵାନ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking