28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଅନ୍ତର୍ଜାତୀୟ ମଞ୍ଚରେ ପୁଣି ଲୋକହସା ହେଲା ପାକିସ୍ତାନ

ଅନ୍ତର୍ଜାତୀୟ ମଞ୍ଚରେ ପୁଣି ଲୋକହସା ହେଲା ପାକିସ୍ତାନ

ଇସଲାମାବାଦ୍‌: ଅନ୍ତର୍ଜାତୀୟ ମହଲରେ ପୁଣିଥରେ ଲୋକହସା ହୋଇଛି ପାକିସ୍ତାନ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ସାକ୍ଷାତ କରିବା ପାଇଁ ଚେଷ୍ଟା କରିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କୁ ହଟ୍ଟହଟ୍ଟା ପରିସ୍ଥିତିରେ ପକାଇଦେଇଛି। ରିପୋର୍ଟ ଅନୁସାରେ ଶେହବାଜ ଶରିଫ୍ ସମ୍ପ୍ରତି ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତରେ ପହଞ୍ଚିଛନ୍ତି। ଅନ୍ୟପକ୍ଷେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ମଧ୍ୟ ସମାନ କାରଣ ପାଇଁ ଏଠାରେ ଉପସ୍ଥିତ ହୋଇଛନ୍ତି। ପୁତିନ୍‌ଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଶେହବାଜ୍ ତାଙ୍କୁ ଭେଟିବାର ଆଗ୍ରହ ନେଇ ସେ (ପୁତିନ୍‌)ଙ୍କ ରହୁଥିବା ହୋଟେଲ୍‌କୁ ଯାଇଥିଲେ। କିନ୍ତୁ ରୁଷ୍ ରାଷ୍ଟ୍ରପତି ଏହି ସମୟରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ୍‌ଙ୍କ ସହ ହୋଟେଲ୍‌ର ଏକ ପ୍ରକୋଷ୍ଠରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ୟସ୍ତ ଥିଲେ। ଫଳରେ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପୁତିନ୍‌ଙ୍କ ଅଧିକାରୀ ତଥା ସୁରକ୍ଷା ଟିମ୍ କହିଥିଲେ। ବାସ୍ତବରେ ଶେହବାଜ ଶରିଫ ବିନା ନିମନ୍ତ୍ରଣରେ ପୁତିନ୍‌ଙ୍କୁ ଭେଟିବାକୁ ଯାଇଥିଲେ। ଏହି କାରଣରୁ ଶେହବାଜ୍‌ଙ୍କୁ ପ୍ରାୟ ୪୦ ମିନିଟ୍ ଧରି ଅପେକ୍ଷା କରିବାକୁ ପଡିଥିଲା। ପରେ ଏତେ ଲମ୍ବା ସମୟର ଅପେକ୍ଷା ଅସହ୍ୟ ହେବାରୁ ଶେହବାଜ ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ୱେ ବଳପୂର୍ବକ ପୁତିନ୍‌ଙ୍କ ବୈଠକ ଚାଲିଥିବା ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରିଥିଲେ। ଅନ୍ତର୍ଜାତୀୟ କୂଟନୈତିକ ଭାଷାରେ ଏହାକୁ ଗେଟକ୍ରାସିଂ ବା ଅବାଞ୍ଛିତ ଆଚରଣ ବୋଲି ବିବେଚନା କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking