30.1 C
Bhubaneswar
Sunday, February 8, 2026
Homeଓଡିଶାଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ଏଆଇ ସିମ୍ପୋସିୟମ୍ -୨୦୨୫ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଶା ଏଆଇ ହାକାଥନ୍ -୨୦୨୫ ରାଜ୍ୟର ୪ଟି ଆଂଚଳିକ ନୋଡାଲ ସେଂଟରରେ ଆୟୋଜିତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏଆଇସି-ସୋଆ ଫାଉଣ୍ଡେସନ୍ ଦ୍ୱାରା କେନ୍ଦ୍ରାଂଚଳ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ସୋଆକୁ ସେଂଟ୍ରାଲ୍ ଜୋନ୍ ନୋଡାଲ ସେଂଟରର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ୭ଟି ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ନିମନ୍ତେ ଆଂଚଳିକ ହାକାଥନ ପରିଚାଳନାର ଦାୟିତ୍ୱ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା ।

ଦକ୍ଷତା ଏବଂ ଉଦ୍‌ଭାବନକୁ ଭିତି କରି ୧୬ଟି ଟିମ୍ ହାକାଥନ୍‌ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ଏଆଇସି-ସୋଆ ଫାଉଣ୍ଡେସନ୍‌ରେ ଡିସେମ୍ବର ୧୦ ତାରିଖରେ ଏହି କେନ୍ଦ୍ରାଂଚଳ ହାକାଥନ୍ ଆୟୋଜନ କରାଯାଇଥିଲା । ଏହି ହାକାଥନ୍ ପାଇଁ ବିଚାରକ ମଣ୍ଡଳୀ ଦାୟିତ୍ୱରେ ଥିଲେ ସଫ୍ଟୱେୟାର ଟେକ୍ନୋଲଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ର ଡକ୍ଟର ଶୀତଳ ପୃଷ୍ଟି, ମାଇକ୍ରୋସଫ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ଶ୍ରୀ ସମୀର ପାତ୍ରୋ, ଟ୍ରାଇଡେଂଟ ଏକାଡେମୀ ଅଫ୍ ଟେକ୍ନୋଲଜି, ଭୁବନେଶ୍ୱରର ଡକ୍ଟର କାଳିପ୍ରସନ୍ନ ସ୍ୱାଇଁ ଏବଂ ଡକ୍ଟର ଶକୁନ୍ତଳା ମହାପାତ୍ର ।ବିଚାରକ ମଣ୍ଡଳୀ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ପାଇଁ ମନୋନୀତ କରିଥିଲେ । ଏହି ମନୋନୀତ ଟିମ୍ ଗୁଡ଼ିକ ଡିସେମ୍ବର ୧୮ ତାରିଖରେ ଆୟୋଜିତ ହେବାକୁ ଥିବା ଏଆଇ ସିମ୍ପୋସିୟମ୍‌ରେ ନିଜର ଉଦ୍‌ଭାବନ ପ୍ରଦର୍ଶନ କରିବେ ।ଏହି ହାକାଥନ୍‌କୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା) ଏବଂ ଓଡ଼ିଶା ଏଆଇ ପରିଚାଳନା କରୁଛନ୍ତି । ଏଆଇ ନେଇ ସଚେତନତା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଏବଂ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି ହାକାଥନ୍‌ର ମୂଳ ଉଦ୍ଦେଶ୍ୟ ।ଏହି କେନ୍ଦ୍ରାଂଚଳ ପ୍ରତିଯୋଗିତାରେ ଟିମ୍ ପ୍ଲାଷ୍ଟିକିଓର ପ୍ରଥମ ପୁରସ୍କାର ହାସଲ କରି ୧୨୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲେ । ଏହି ଟିମ୍‌ରେ ଡକ୍ଟର ଜ୍ୟୋତି ଅଗ୍ରୱାଲ, ଶ୍ରୀ ଅମନ୍ ପାତ୍ର ଏବଂ ସୁଶ୍ରୀ ସମ୍‌ହିତା ସୁକନ୍ୟା ସାମିଲ ଥିଲେ ।
ଟିମ୍ ଜିୱାନ୍ ୮୦୦୦ ଟଙ୍କାର ୨ୟ ପୁରସ୍କାର ଲାଭ କରିଥିଲେ । ଏହି ଦଳ ପକ୍ଷରୁ ଏଆଇ ପରିଚାଳିତ ‘ନଟ ସେଫ୍ ଫର୍ ୱର୍କ’ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ଶିଶୁମାନଙ୍କ ନିମନ୍ତେ କିପରି ଇଂଟରନେଟ ବ୍ୟବହାରକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ସୂଚନା ରହିଛି । ଏହି ଦଳରେ ଭାଗ୍ୟଶ୍ରୀ ଭାଲେଚା, ଉଦୟ ଗର୍ଗ, ମିଲି ଗୁପ୍ତା ଓ ମନିଷ କୁମାର ତିରୁୱାର ସାମିଲ ଥିଲେ ।

ସେହିପରି ସ୍ମାର୍ଟ ବ୍ଲୁମ୍ ୫୦୦୦ ଟଙ୍କାର ୩ୟ ପୁରସ୍କାର ଲାଭ କରିଥିଲେ । ଭର୍ଟିକାଲ୍ ଫାର୍ମିଂ ନିମନ୍ତେ ଏହି ଦଳ ଏକ ଆଇଓଟି ପରିଚାଳିତ ‘ଅଟୋମେଟେଡ ପୋଲିନେସନ୍ ସିଷ୍ଟମ’ର ଉଦ୍‌ଭାବନ କରିଛନ୍ତି । ଏହି ଦଳର ସଦସ୍ୟ ଥିଲେ ଅଙ୍କିତ କୁମାର ଏବଂ ଅବିନାଶ କୁମାର ।ଏହି ବିଜୟୀ ଦଳଗୁଡ଼ିକୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ନିମନ୍ତେ ମାର୍ଗଦର୍ଶନ କରାଯିବ । ଏଆଇ ଗବେଷକ, ଛାତ୍ରଛାତ୍ରୀ ଓ ଏହି ଟେକ୍ନୋଲଜିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ଇଣ୍ଡିଆ ଏଆଇ ସିମ୍ପୋସିୟମ୍‌ରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking