25.1 C
Bhubaneswar
Friday, March 6, 2026
Homeଓଡିଶାମାଲକାନଗିରି ପ୍ରସଙ୍ଗରେ ତୁରନ୍ତ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ବିଜେଡିର ଦାବି

ମାଲକାନଗିରି ପ୍ରସଙ୍ଗରେ ତୁରନ୍ତ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ବିଜେଡିର ଦାବି

ଭୁବନେଶ୍ୱର: ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ ବିଧାନସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ ମହିଳାଙ୍କ ପ୍ରତି ତାଙ୍କର ଅଭୋଦ୍ରଚିତ ଆଚରଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅଶାନ୍ତ ମାଲକାନଗିରିର ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ମହାମହିମ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିଜେଡି କହିଛି ଯେ, ବିଧାନସଭାର ପବିତ୍ର ଗୃହରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶୋଭନୀୟ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି । ପୂର୍ବରୁ ଶ୍ରୀ ଖଟୁଆ ଗଣମାଧ୍ୟମରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଆଶାଳୀନ ଓ ଅଭୋଦ୍ରଚିତ ମନ୍ତବ୍ୟ ଦେଇ ଡ଼ ସାମନ୍ତସିଂହାରଙ୍କ ଚରିତ୍ର ସଂହାର କରିଥିଲେ । ଏହାର ପ୍ରତିବାଦରେ ରାଜ୍ୟ ମହିଳା କମିଶନ, ପୋଲିସ୍ ମହାନିଦେ୍ର୍ଦଶକ, ଜାତୀୟ ମହିଳା କମିଶନ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାବତ ବିଜେପି ବିଧାୟକ ଶ୍ରୀ ଖଟୁଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଶ୍ରୀ ଖଟୁଆଙ୍କ ବିରୋଧରେ ଓଡ଼ିଶା ବିଧାନସଭାରେ ଏଥିକ୍ସ କମିଟି ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଉତ୍ତର ମିଳିପାରି ନାହିଁ । ଅନ୍ୟ ରାଜ୍ୟରେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ନଜିର ରହିଥିବା ବେଳେ ଓଡ଼ିଶା କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ବିଷୟ ମହାମହିମ ରାଜ୍ୟପାଳଙ୍କୁ ବିଜେଡି ପ୍ରତିନିଧି ମଣ୍ଡଳୀ ଅବଗତ କରିଥିଲେ । ଯଦି ଶ୍ରୀ ଖଟୁଆଙ୍କ ଭଳି ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା, ତେବେ ପୁଣି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ସେ ଅସମ୍ମାନ ପ୍ରଦର୍ଶନ କରିବା ପାଇଁ ସାହସ କରିନଥାନ୍ତେ । ତେଣୁ ତୁରନ୍ତ ଶ୍ରୀ ଖଟୁଆଙ୍କୁ ବିଧାନସଭାରୁ ବହିଷ୍କାର କରିବା ପାଇଁ ମହାମହିମ ରାଜ୍ୟପାଳ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।

ମାଲକାନଗିରିର ଅଶାନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ବିଜେଡି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲିସ୍ ଓ ପ୍ରଶାସନର ଉପସ୍ଥିତିରେ ମାଲକାନଗିରିରେ ଯେଭଳି ସଂଗଠିତ ହିଂସା ଘଟିଲା ତାହା ଅବର୍ଣ୍ଣନୀୟ । ଏହି ଘଟଣା ଶାନ୍ତିପି୍ରୟ ଓଡ଼ିଶାର ଗାରିମା କ୍ଷୂଣ୍ଣ କରିଛି । ଘଟଣାସ୍ଥଳକୁ ପୋଲିସ୍ ମହାନିଦେ୍ର୍ଦଶକଙ୍କ ଗସ୍ତ ପରେ ମଧ୍ୟ ଜିଲ୍ଲାରେ ପରିସ୍ଥିତି ସ୍ୱାଭାବିକ ହୋଇପାରି ନାହିଁ । ମହାମହିମ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରି, ରାଜ୍ୟବାସୀଙ୍କୁ ଆଶ୍ୱସ୍ଥ ପ୍ରଦାନ କରନ୍ତୁ ବୋଲି ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି କରିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁଙ୍କ ନେତୃତ୍ୱରେ ଯାଇଥିବା ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେପୂର୍ବତନ ସାଂସଦ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସୀତା ସାହୁ ପ୍ରମୁଖ ଲୋକଭବନରେ ମହାମହିମ ରାଜ୍ୟପାଳଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking